www.samajalive.in
Saturday, December 13, 2025
26.1 C
Bhubaneswar

ଜମ୍ମୁକାଶ୍ମୀରର ୩ଟି ସ୍ଥାନରେ ଏନକାଉଣ୍ଟର, ଟଳିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରର ୩ଟି ସ୍ଥାନରେ ସୁରକ୍ଷାକର୍ମୀ ମାନେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଗନ୍ଧରୱଲ, ହିନ୍ଦୱାଡା ଓ ପୁଲୱାମାରେ ସୁରକ୍ଷାକର୍ମୀ ମାନେ ଏନକାଉଣ୍ଟର କରିଛନ୍ତି । ଏହି ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏନେଇ ଜମ୍ମୁ ପୁଲିସ ଖବର ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ମାନେ ୪ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ।

ଏହି ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ଲସ୍କର ଇ ତାୟିବାର ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଜାମ୍ମୁ କାଶ୍ମୀରର ହିନ୍ଦୱାଡା ରାଜୱାର ଅଞ୍ଚଳର ନେଚାମାରେ ଏନକାଉଣ୍ଟର ହୋଇଛି । ତେବେ ଏନକାଉଣ୍ଟରରେ ନିହତ ହୋଇଥିବା ସମସ୍ତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ଏବେ ବି ଘଟଣାସ୍ଥଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories