www.samajalive.in
Thursday, December 11, 2025
15.1 C
Bhubaneswar

ଆଠଗଡ ବ୍ଲକର ୩୪ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ

ଆଠଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଶୁକ୍ରବାର ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତ ଗୁଡିକରେ ନିର୍ବାଚିତ ସରପଞ୍ଚମାନେ ଗତ ୩ଦିନ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବା ପରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରତି ପଞ୍ଚାୟତରେ ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ଦ୍ୱାରା ଅଧିକୃତ ପ୍ରିଜାଇଡିଂ ଅଧିକାରୀଙ୍କ ଉପସ୍ଥିତିରେ ସରପଞ୍ଚ ଓ ୱାର୍ଡସଭ୍ୟମାନଙ୍କ ଦ୍ୱାରା ନାଏବ ସରପଞ୍ଚ ନିର୍ବାଚିତ ହୋଇଥିଲେ। ୩୪ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତ ଯଥା ଡାଳଭାଗ, ତରଡିଙ୍ଗ, ମହାକାଳବସ୍ତ, ଜୋରନ୍ଦା, ଗୁରୁଡିଝାଟିଆ, କନ୍ଦରପୁର, ରାଧାକୃଷ୍ଣପୁର ଓ ଇଚ୍ଛାପୁରରେ ଏକାଧିକ ପ୍ରାର୍ଥୀ ଥିବାରୁ ସେଠାରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ବାକି ୨୬ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ନାଏବ ସରପଞ୍ଚମାନେ ହେଲେ।
୧) ଅନନ୍ତପୁର-ସସ୍ମିତା ସାହୁ
୨) ଇଚ୍ଛାପୁର-ସୁଷମା ସାହୁ
୩) ଓରନ୍ଦା-ରଞ୍ଜିତା ପ୍ରିୟଦର୍ଶିନୀ ରାଉତ
୪) କଟକିଆସାହି-ପ୍ରମୋଦ କୁମାର ସ୍ୱାଇଁ
୫) କଣ୍ଡରେଇ- ବଦନି ମୁଦୁଲି
୬) କନ୍ଦରପୁର ଭୁବନାନନ୍ଦ ରାଉତ
୭) କୁମାରପୁର- ଅନିତା ମଲ୍ଲିକ
୮) କୁଶପଙ୍ଗୀ-ଅନ୍ନପୂର୍ଣ୍ଣା ରାଉତ
୯) କୁଲାଇଲୋ-ଗୋକୁଳ ଚନ୍ଦ୍ର ମହାନ୍ତି
୧୦) ଖୁଣ୍ଟକଟା-ନିବେଦିତା ପ୍ରଧାନ
୧୧) ଖୁଣ୍ଟୁଣୀ-ସୁଚରିତା ନାୟକ
୧୨) ଗୁରୁଡିଝାଟିଆ-ସୁଶିଲ ପ୍ରସାଦ ଜେନା
୧୩) ଗୋବରା-ବିଶ୍ୱନାଥ ସ୍ୱାଇଁ
୧୪) ଘଣ୍ଟିଖାଲ-ଦାମୋଦର ବେହେରା
୧୫) ଛଅଗାଁ-ଦମୟନ୍ତି ରାଉତ
୧୬) ଜେନାପଦାଦେଶ-ପ୍ରମୋଦ କୁମାର ବାରିକ
୧୭) ଡାଳଭାଗ-ସୁକାନ୍ତି ଓଝା
୧୮) ତରଡିଙ୍ଗ-ମିନତୀ ମାଝି
୧୯) ଦୋରଡ-ଅନିଲ କୁମାର ପ୍ରଧାନ
୨୦) ଧାଇପୁର-ବସୁମତୀ ସାହୁ
୨୧) ଧୁରୁଷିଆ-ସକୁନ୍ତଳା ଲେଙ୍କା
୨୨) ବଡଭୁଇଁ-ବନଲତା ପରିଡା
୨୩) ବେଣ୍ଟପଦା-ସୁଭଦ୍ରା ସାହୁ
୨୪) ଭୋଗରା-ନିରୁପମା ଧଳ
୨୫) ମହାକାଳବସ୍ତ-ଅଶୋକ ରାଉଳ
୨୬) ମଞ୍ଚେଶ୍ୱର-ଫନାର୍ଜୁନ କିସ୍କୁ
୨୭) ମେଘା-ପ୍ରଭାସିନି କର
୨୮) ଜୋରନ୍ଦା-ଶରତ କୁମାର ଦାସ
୨୯) ରାଜନଗର-ସୁବାସ ଦାସ
୩୦) ରାଧାକିଶୋରପୁର-ଅବନ୍ତି ଖଟୁଆ
୩୧) ରାଧାକୃଷ୍ଣପୁର-ଧଡି ନାଏକ
୩୨) ରାଧାଗୋବିନ୍ଦପୁର-ସସ୍ମିତା ରାଉତ
୩୩) ସଠିଲୋ-ଅଖିଳ କୁମାର ରାଉତ
୩୪) ସମସରପୁର-ଟୁନି ଗଣ୍ଠିଆ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories