www.samajalive.in
Monday, December 8, 2025
24.1 C
Bhubaneswar

୩୭ ଜଣ ଛାତ୍ରଛାତ୍ରୀ ଦେଲେ ପଠାଣିସାମନ୍ତ ମେଧା ବୃତ୍ତିପରୀକ୍ଷା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଷଷ୍ଠ ଓ ନବମ ଶ୍ରେଣୀର ୩୭ ଜଣ ଛାତ୍ର ଛାତ୍ରୀ ପଠାଣିସାମନ୍ତ ମେଧା ବୃତ୍ତିପରୀକ୍ଷା ଦେଇଥିବା ଜଣାପଡିଛି ।ଏଥିରେ ସମୁଦାୟ ୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୩୭ଜଣ ପରୀକ୍ଷା ଦେଇଥିଲେ । ଷଷ୍ଠଶ୍ରେଣୀରେ ୧୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୦ ଜଣ ଓ ନବମ ଶ୍ରେଣୀରେ ୩୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୨୭ ଜଣ ପରୀକ୍ଷା ଦେଇଥିଲେ । ୭ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଏଥିରେ ସୁପରିଟେଣ୍ଡର ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡର ଭାବେ ଉମା ଶଙ୍କର ଖରା ରହିଥିଲେ ।ପରୀକ୍ଷା କେନ୍ଦ୍ର କୁ ରାମଚନ୍ଦ୍ର ପ୍ରଧାନ, ଅଜିତ କୁମାର ଦାସ, ମୋନଜ କୁମାର ସାହୁକାର, ପଙ୍କଜ କୁମାର କାଡ୍ରାକା,ତୃପ୍ତି ବିଡିକା, ବାଦଲ ନାଚିକା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories