www.samajalive.in
Saturday, December 6, 2025
19.1 C
Bhubaneswar

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ହେବ। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଛାତ୍ରଛାତ୍ରୀ ଯଥାସମ୍ଭବ ନିଜ ସ୍କୁଲରେ ପରୀକ୍ଷା ଦେବେ। ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବେ। ନିଜ ସ୍କୁଲରେ ନହୋଇ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ।


ସୂଚନା ମୁତାବକ, ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ଫଳାଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ୍‌ ଆସେସମେଣ୍ଟର ୨ ଗୁଣ। ସେହିପରି ଦ୍ବିତୀୟ ପଦ୍ଧତି ହେଉଛି ସମ୍ମେଟିଭ୍‌-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ତୃତୀୟ ପଦ୍ଧତିରେ ଇଣ୍ଟରନାଲ୍‌ ଆସେସମେଣ୍ଟର ୨୦% , ସମ୍ମେଟିଭ-୧ରୁ ୩୦%, ସମ୍ମେଟିଭ-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ, ତାହା ଚୂଡ଼ାନ୍ତ ହେବ। ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ସହ ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ। ଖୁବଶୀଘ୍ର ବୋର୍ଡ଼ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories