www.samajalive.in
Tuesday, December 9, 2025
26.1 C
Bhubaneswar

ଡେଲଟା,ଓମିକ୍ରନ୍ ସୃଷ୍ଟି କରିଛି ଏକ ନୂତନ ଭୂତାଣୁ

ମୁମ୍ବଇ : ଭାରତ ତଥା ସମଗ୍ର ବିଶ୍ୱରେ କରୋନା ଭୂତାଣୁ ହ୍ରାସ ପାଉଥିବା ହେତୁ ଏହା ସଭିଁଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ମାତ୍ର ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି, ଡେଲଟା ଏବଂ ଓମିକ୍ରନ୍ ଏକ ନୂତନ ଭୂତାଣୁ ସୃଷ୍ଟି କରିଛି , ଏହାର ପ୍ରମାଣ ମଧ୍ୟ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଡେଲଟା ଏବଂ ଓମିକ୍ରନ୍ ର ଶୀଘ୍ର ବିସ୍ତାର ହେତୁ ଏହି ଭୟ ପୂର୍ବରୁ ରହିଥିଲା। ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହା କେତେ ମାରାତ୍ମକ ଏବଂ ଏହା କେତେ ଶୀଘ୍ର ବ୍ୟାପିଥାଏ ସେ ବିଷୟରେ ଗବେଷଣା କରାଯାଉଛି । ଜାନୁଆରୀ ୨୦୨୨ ରେ ଫ୍ରାନ୍ସରେ ଏହି ଭୂତାଣୁ ବିସ୍ତାର ଆରମ୍ଭ ହୋଇସାରିଛି। ଏହାପୂର୍ବରୁ ବୈଜ୍ଞାନିକ କହିଛନ୍ତି , କରୋନା ଆମ ଭିତରୁ ଯାଇ ନାହିଁ, ଏହାର ପ୍ରକରଣ ଗୁଡିକ ଆସୁଥିବ।
କରୋନାର ଡେଲଟା ଭାରିଆଣ୍ଟ ସମଗ୍ର ଦୁନିଆରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଏହା ତୁଳନାରେ ଓମିକ୍ରନ କମ ଘାତକ ସାବ୍ୟସ୍ତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଓମିକ୍ରନ ଓ ଡେଲଟା ମିଶି ଏକ ନୂତନ ଭୂତାଣୁ ବ୍ୟାପିବାରେ ଲାଗିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ମାରିଆ ଭାନ କରଖୋବ ଟ୍ୱିଟ କରିଛନ୍ତି, SARSCov2 ଓମିକ୍ରନ୍ ଏବଂ ଡେଲଟା ପ୍ରକରଣ ଗୁଡିକ ଏକତ୍ର ବିସ୍ତାର ହେବାର ସମ୍ଭାବନା ରହିଛି। ଦ୍ରୁତ ଗତିରେ ବ୍ୟାପିବାର ମଧ୍ୟ  ସମ୍ଭାବନା ରହିଛି।
ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆମେ ଏହାକୁ ଟ୍ରାକିଂ କରୁଛୁ ଏବଂ ଏହା ଉପରେ ଆଲୋଚନା ମଧ୍ୟ ଚାଲିଛି। ମାର୍ଚ୍ଚ ୯ ତାରିଖ ରେ ମାରିଆ ଏହି ଟୁଇଟ୍ କରିଛନ୍ତି।
ମାରିଆ ଭୂତାଣୁ ବିଶେଷଜ୍ଞ ଜେରେମି କାମିଲଙ୍କ ଟ୍ୱିଟକୁ ଆଉ ଥରେ ଟ୍ୱିଟ  କରିଛନ୍ତି। ଏହି ଟୁଇଟ୍ ଅନୁଯାୟୀ ଡେଲଟା-ଓମିକ୍ରନ୍ ରମିଶ୍ରିତ ଜୀବାଣୁ ବିଷୟରେ ପ୍ରମାଣ ମିଳିଛି। ଜାନୁଆରୀ ୨୦୨୨ ରୁ ଏହା ଫ୍ରାନ୍ସରେ ବ୍ୟାପିବାରେ ଲାଗିଛି । ସମାନ ଭୂତାଣୁ ଡେନମାର୍କ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିଛନ୍ତି , ବର୍ତ୍ତମାନ ସୁଦ୍ଧା ଏହାର ମାରାତ୍ମକ ତଥା ଅଧିକ ବିସ୍ତାର ସହ ଜଡିତ କୌଣସି ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ, ମାତ୍ର ଅଧ୍ୟୟନ ଜାରି ରଖାଯାଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories