www.samajalive.in
Monday, December 8, 2025
13.1 C
Bhubaneswar

ନୂତନ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ବାର୍ଲି ଗୌତମ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ପ୍ରଦୀପ କୁମାର ମାଣ୍ଡାଙ୍ଗି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଙ୍କୁ  କାର୍ଯ୍ୟାଳୟର କର୍ମଚାରୀ ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି ,ନିଳ ମାଧବ ପୂଜାରୀ,ଗ୍ରାମ୍ୟ ରୋଜଗାର ସେବକ ବିଦୁର ବାଗ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପଞ୍ଚାୟତର ରହିଥିବା ସମସ୍ୟା ଗୁଡିକୁ ପୁରଣ କରିବି ବୋଲି ନବ ନିର୍ବାଚିତ ସରପଞ୍ଚ କହିଛନ୍ତି ।ଏଥିରେ ତାଙ୍କ ସମର୍ଥକ  ମାନେ ଉପସ୍ଥିତ ରହିଥିଲେ । ସେ ୧୫୭୩ ଭୋଟ ପାଇ ଥିବା ବେଳେ ପ୍ରତିଦ୍ବନ୍ଦୀ  ହିକକା ଇଶ୍ୱର ୧୧୬୩ ଭୋଟ ପାଇଛନ୍ତି ତାଙ୍କ ଠାରୁ  ୪୧୦ ଭୋଟ ଅଧିକା ପାଇଁ ଥିବାରୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିଥିଲେ । ଉକ୍ତ ବ୍ଲକ ର ୧୪ଟି ପଞ୍ଚାୟତ ରେ ମଧ୍ୟ ନବ ନିର୍ବାଚିତ ସରପଞ୍ଚ ମାନେ ମଧ୍ୟ ନିଜ ନିଜ ପିଇଓ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories