ଦେଶରେ ୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ୪ ହଜାର ତଳକୁ ଖସିଛି। ଦିନକରେ ଆଉ ୩ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୧,୩୦୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୮,୦୫୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୨୪,୦୬, ୧୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘଗକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୮%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୧୫,୨୧୦ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ୪୯,୯୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୧୨%। ଦିନକ ପୂର୍ବରୁ ଆଉ ୮,୭୩,୩୯୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୭,୪୩,୧୦,୫୬୭ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦିନକ ପୂର୍ବରୁ ୨୧,୩୪,୪୬୩ ଟିକା ନେଇଥିବା ବେଳେ ମୋଟ ୧,୭୯,୧୩,୪୧,୨୯୫ ଟିକାକରଣ କରାଯାଇଛି। ମଙ୍ଗଳବାର ସକାଳ ଯାଏଁ ୨,୯୨,୧୯୨ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

kalyan agarbati

Comments are closed.