www.samajalive.in
Thursday, December 11, 2025
13.1 C
Bhubaneswar

ଅଦାଲତରୁ ଫେରାର ଅଭିଯୁକ୍ତକୁ ପାଉନି ପୁଲିସ, ଦୁଇ କର୍ମଚାରୀଙ୍କୁ କୈଫିୟତ ତଲବ

କଟକ: ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗାବଜାରର ଅଭିଯୁକ୍ତ ବିଶାଲ ସୁବୁଦ୍ଧି ପୁଲିସକୁ ଧକ୍କାଦେଇ ଖସିପଳାଇଯିବା ଘଟଣା ଏହା ମଧ୍ୟରେ ତିନିଦିନ ଅତିକ୍ରାନ୍ତ କରିଛି। ବିଶାଲ ଖସିଯିବା ପରେ ତାକୁ ଧରିବା ଲାଗି ପୁଲିସ ସର୍ବସାଧାରଣରେ ତା’ର ଫଟୋ ଜାରି କରିଥିଲା। ବିଶାଲ ଖସିଯାଇ ସଦର ଥାନା ଅଞ୍ଚଳରେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେଠାକାର ପୁଲିସ ସହ ମିଶି ପୁରୀଘାଟ ପୁଲିସ ଏକାଧିକ ଘର ଖାନତଲାସ କରିଥିଲେ ମଧ୍ୟ ତାର ସନ୍ଧାନ ମିଳିନାହିଁ। ପୁଲିସ ବିଭିନ୍ନ ସ୍ଥାନରେ ଧରପଗଡ଼ ଆରମ୍ଭ କରିଦେଇଛି। କାର୍ଯ୍ୟରେ ଅବହେଳା ନେଇ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଅଭିଯୁକ୍ତ ବିଶାଳ ଖସିପଳାଇଲା ସେ ନେଇ ୭ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ ଦୁଇ କର୍ମଚାରୀଙ୍କୁ ଜବାବ ତଲବ କରାଯାଇଛି। ଯଦି ଉତ୍ତର ସନ୍ତୋଷଜନକ ନ ମିଳେ,ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

୨୦୨୦ରେ ମର୍କତନଗର ଥାନା ଅଞ୍ଚଳର ଏକ ସ୍ଥାନରେ କେତେକ ଦୁର୍ବୃତ୍ତ ଏକତ୍ର ହୋଇ ବଡଧରଣର ଡକାୟତି ଘଟାଇବା ପାଇଁ ଯୋଜନା କରୁଥିବା ଖବର ମିଳିଥିଲା। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଥିଲେ ହେଁ ଜଣେ ଖସିପଳାଇ ଯିବାରେ ସଫଳ ହୋଇଥିଲା। ତଦନ୍ତ ପରେ ଖସିଯାଇଥିବା ଅଭିଯୁକ୍ତଜଣକ ବିଶାଳ ହୋଇଥିବା ଜଣାପଡ଼ିଥିଲା। ତାକୁ ଧରିବା ପାଇଁ ପୁଲିସ ଅନେକ ଥର ତା’ର ଘରେ ଚଢ଼ଉ କରିଥିଲା ହେଲେ ସେଥିରେ ବିଫଳ ହୋଇଥିଲା। ଇତିମଧ୍ୟରେ ଘଟଣା ସଂକ୍ରାନ୍ତରେ ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିସାରିଛି। ବିଶାଳ ଧରାପଡ଼ି ନଥିବାରୁ ଏହାକୁ ନେଇ ଅଦାଲତ ବିରକ୍ତି ପ୍ରକାଶ କରିବା ସହିତ ତା’ ବିରୋଧରେ ଜାମିନ୍‍ ବିହୀନ ଗିରଫ ପରୱାନ ଜାରି କରିଥିଲେ। ୪ତାରିଖ ଅପରାହ୍ଣରେ ବିଶାଳ ତା’ ଘରେ ଥିବା ଜଣାପଡ଼ିବା ପରେ ଥାନା ଅଧିକାରୀ ଶ୍ରୀ ସେଠୀ ଓ ଅନ୍ୟ କର୍ମଚାରୀ ତୁରନ୍ତ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ। ଅପରାହ୍ଣ ୫ଟା ୧୫ରେ ଥାନାର ଦୁଇ କନଷ୍ଟେବଳ ଅଦାଲତରେ ହାଜର କରାଇବା ପାଇଁ ବିଶାଳକୁ ଧରି ବାହାରିଥିଲେ। ଗାଡିରୁ ଓହ୍ଲାଇ ଅଭିଯୁକ୍ତ ବିଶାଳକୁ ଅଦାଲତ ଭିତରକୁ ନେଉଥିବାବେଳେ ପରିସରରେ ସେ ପୁଲିସ କର୍ମଚାରୀଙ୍କୁ ଜୋର୍‍ରେ ଧକ୍କାଦେଇ ଦୌଢ଼ିବାରେ ଲାଗିଥିଲା। ତାକୁ ଧରିବା ପାଇଁ ପୁଲିସ କର୍ମଚାରୀଦ୍ୱୟ ଗୋଡ଼ାଇ ଥିଲେ ହେଲେ ସେଥିରେ ବିଫଳ ହୋଇଥିଲେ। ଏହି ଖବର ପାଇବା ପରେ ଥାନା ଅଧିକାରୀ ତୁରନ୍ତ ସେଠାରେ ପହଞ୍ଚିବା ସହିତ ଆଖପାଖ ସ୍ଥାନରେ ଅଭିଯୁକ୍ତର ଖୋଜଖବର ନେବାରେ ଲାଗିପଡ଼ିଥିଲେ। ତା’ର କୌଣସି ସନ୍ଧାନ ପାଇ ନଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories