www.samajalive.in
Saturday, December 13, 2025
26.1 C
Bhubaneswar

୩ ଦିନ ପରେ ପୁରୀ କେନାଲରୁ ଉଦ୍ଧାର ହେଲା ବିଶାଳକାୟ କୁମ୍ଭୀର

ଭୁବନେଶ୍ୱର : ଶେଷରେ ଧରାପଡିଲା ୩ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଘଡିଆଳ କୁମ୍ଭୀର। ଭୁବନେଶ୍ୱର–କଟକ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ପୁରୀ କେନାଲରେ ଥିବା କୁମ୍ଭୀର ଧରାପଡିଲା। ସେ ସମୟର ଦୃଶ୍ୟ ଥିଲା ଅତ୍ୟନ୍ତ ରୋମାଞ୍ଚକର। ବାଟରେ ଯାଉଥିବା ଲୋକେ ଅଟକି ଯାଇ କୁମ୍ଭୀରକୁ ଦେଖୁଥିଲେ। ନନ୍ଦନକାନନରେ କୁମ୍ଭୀର ଦେଖିବା ଠାରୁ ମଧ୍ୟ ଅଧିକ ଭିଡ ଜମିଥିବା ଦେଖାଯାଇଥିଲା। କୁମ୍ଭୀର ଲାଞ୍ଜକୁ ଛୁଇଁବାକୁ ଲୋକେ ଉତ୍ସାହିତ ହୋଇ ଉଠୁଥିଲେ। ଜନସାଧାରଣକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କଷ୍ଟକର ହୋଇ ପଡିଥିଲା। ଏହାସହ ରାସ୍ତାଜାମ୍‍ ଭଳି ସମସ୍ୟା ମଧ୍ୟ ଦେଖାଯାଇଥିଲା। ଅଟକାଇବା ସତ୍ତେ୍ୱ ମଧ୍ୟ ଲୋକେ ମାନୁ ନଥିଲେ। କିଏ ପାଣି ଭିତରେ ତ କିଏ ମୋବାଇଲରେ ସେଲଫି ଓ କୁମ୍ଭୀର ଫଟୋ ଉଠାଇବାକୁ ଲାଗି ପଡିଥିଲେ। କୁମ୍ଭୀରର ଲମ୍ବ ୬ ରୁ ୭ ଫୁଟ ହେବ ବୋଲି ସନ୍ଦେହ କରାଯାଉଛି।
ବନକର୍ମଚାରୀ ଓ ସ୍ଥାନୀୟଲୋକେ ଅକ୍ଲାନ୍ତ ପରିଶ୍ରମ କରି କୁମ୍ଭୀରକୁ ଉଦ୍ଧାର କରିଥିଲେ। କାନ୍ଧରେ ଥିଲା ନାଲି, ନୀଳ ଓ କଳାରଙ୍ଗର ଜାଲ। ପାଣି ଭିତରେ ଲୁଚି ରହିଥିଲା କୁମ୍ଭୀର। କିଏ କହୁଥିଲା ବଡ ଜାଲ ଆବଶ୍ୟକ ତ କିଏ କହୁଥିଲା ଛୋଟ । ପାଣି ଭିତରେ ପଶିରହିଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ। ଆଉ ଦେଖଣାହାରୀ ମାନଙ୍କ ମନରେ ଉଙ୍କି ମାରୁଥିଲା ଗୋଟିଏ ପ୍ରଶ୍ନ। କ’ଣ ସତରେ ଧରାପଡିବ ଏହି ବିଶାଳକାୟ କୁମ୍ଭୀର। ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟି ଜାଲରେ ୩ ଦିନ ଧରି ନାକେଦମ୍‍ କରିଥିବା କୁମ୍ଭୀର ଧରାପଡିଲା । କୁମ୍ଭୀର ଧରାପଡିବା ପରେ ଅନେକ ଲୋକେ ତା’ର ଲାଞ୍ଜକୁ ସ୍ପର୍ଶ କରୁଥିବା ଦେଖାଯାଉଥିଲା। ଭୁବନେଶ୍ୱର–କଟକ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ପୁରୀ କେନାଲରେ ଦୀର୍ଘ ୩ ଦିନ ଧରି ନାକେଦମ୍‍ କରିଥିଲା ବିଶାଳକାୟ କୁମ୍ଭୀର। ଲୋକେ କୁମ୍ଭୀର କାରଣରୁ ଖୁବ ଭୟଭୀତ ଅବସ୍ଥାରେ ରଖିଥିଲେ। ଦୀର୍ଘ ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ବନବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଧରାପଡିଲା କୁମ୍ଭୀର।
କୁମ୍ଭୀର ଉଦ୍ଧାର ସମୟରେ ଦୈନିକ ଖବରକାଗଜ ସମାଜର ପ୍ରତିନିଧି କୁମ୍ଭୀର ଉଦ୍ଧାର କରୁଥିବା କର୍ମଚାରୀଙ୍କ ମତାମତ ନେବା ସମୟରେ ସେମାନେ କହିଥିଲେ ୩ ଦିନ ଧରି କୁମ୍ଭୀର ଖୋଜି ଖୋଜି ଆଣ୍ଠୁ ଛିଣ୍ଡି ଗଲାଣି। ଶେଷରେ କୁମ୍ଭୀର ଧରାପଡିବାରୁ ଆମକୁ ବହୁତ ଖୁସି ଲାଗୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories