www.samajalive.in
Monday, December 8, 2025
27.1 C
Bhubaneswar

ଏହି ମନ୍ଦିରରେ ଦିବ୍ୟରୂପରେ ପୂଜା ପାଆନ୍ତି ବିଘ୍ନହର୍ତ୍ତା

ପ୍ରଭୁ ଗଣେଶଙ୍କର ବହୁ ରୂପ ରହିଛି। ମଧ୍ୟପ୍ରଦେଶର ମହେଶ୍ୱରରେ ମହାବୀର ମାର୍ଗରେ ଥିବା ପ୍ରଭୁ ଶ୍ରୀ ଗଣେଶଙ୍କର ମୂର୍ତ୍ତି ଗୋବରରେ ପ୍ରସ୍ତୁତ ହୋଇଛି। ଏହା ବହୁ ହଜାର ବର୍ଷ ପୁରୁଣା ମନ୍ଦିର। ନଡ଼ିଆ ଅର୍ପଣ କରି ସମସ୍ତ ମନୋକାମନା ପୂରଣ ହୁଏ ବୋଲି ଏଠାରେ କୁହାଯାଇଥାଏ।
ମଥାରେ ମୁକୁଟ, ଗଳାରେ ହାର, ସୁନ୍ଦର ଶୃଙ୍ଗାରରେ ବିରାଜିତ ପ୍ରଭୁଙ୍କର ଏହି ରୂପ ବେଶ ମନୋମୁଗ୍ଧକର ଅଟେ। ଭକ୍ତଙ୍କର ସମସ୍ତ ଦୁଃଖଦୁର୍ଦ୍ଦଶାଙ୍କୁ ପ୍ରଭୁ ଦୂର କରିଥାଆନ୍ତି। ଏକ ଦିବ୍ୟ ଓ ଭବ୍ୟ ରୂପରେ ଏଠାରେ ପ୍ରଭୁ ଦର୍ଶନ ଦେଇଥାଆନ୍ତି।
ମାଟି ଏବଂ ଗୋବରରେ ପ୍ରସ୍ତୁତ ମୂର୍ତ୍ତିମାନଙ୍କରେ ପଞ୍ଚତତ୍ତ୍ୱର ବାସ ହୋଇଥାଏ। ବିଶେଷ କରି ଗୋବରରେ ମା’ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ପ୍ରଭୁଙ୍କର ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରଭୁ ଗଣେଶଙ୍କ ସହ ମା’ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ।
ଏହି ମନ୍ଦିରରେ ପ୍ରଭୁ ନିଜର ଦୁଇ ପତ୍ନୀଙ୍କ ସହ ଦର୍ଶନ ଦେଇଥାଆନ୍ତି ଓ ଲୋକଙ୍କୁ କଲ୍ୟାଣ ମଧ୍ୟ କରିଥାଆନ୍ତି। ଭକ୍ତଙ୍କର ବିଶ୍ୱାସ ରହିଛି ଯେ ଏଠାକୁ ଆସି ଯେ କେହି ପ୍ରଭୁଙ୍କୁ ଦର୍ଶନ କଲେ ଦୁଃଖଦୁର୍ଦ୍ଦଶା ଦୂର ହେବା ସହ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଭକ୍ତମାନେ ଏଠାରେ ଓଲଟା ସ୍ୱସ୍ତିକ କରି ଭଗବାନଙ୍କ ନିକଟକୁ ନିଜର ମାନସିକ ଓ ଇଚ୍ଛା ଜଣାନ୍ତି। ତାହା ପୂରଣ ହେବା ଏଠାକୁ ଆସି ସିଧା ସ୍ୱସ୍ତିକ କରିଥାଆନ୍ତି।
ବର୍ଷଯାକ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ। ମାତ୍ର ଗଣେଶ ପୂଜା ଓ ଦୀପାବଳୀ ସମୟରେ ଏଠାରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ଏଠାକୁ ଯିବା ପାଇଁ ଟ୍ରେନର ବ୍ୟବସ୍ଥା ରହିଛି। ଏଠାକାର ନିକଟତର ରେଳ ଷ୍ଟେସନ ଚିତାମନ ଗଣେଶ ଷ୍ଟେସନ, ଖଜୁରାହୋ, ଭୋପାଲ ଜଙ୍କସନ ଅଟେ। ସେଠାରୁ ଟ୍ୟାକ୍ସିରେ ଏହି ମନ୍ଦିରକୁ ଯାଇପାରିବେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories