ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତ ଦୁର୍ଗାପୁର ଗ୍ରାମର ୩ ଜଣ ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ଭାଲୁ ସହିତ ମୁଁହାମୁଁହି ହେବା ଫଳରେ ଭାଲୁ ୩ ଜଣକୁ ଆକ୍ରମଣ କରିଥିବା ଜଣାପଡିଛି। ଦୁର୍ଗାପୁର ଗ୍ରାମର ଜେମା ମୁଣ୍ଡା(୪୫), ରାସ ମୁଣ୍ଡା( ୧୭) ଏବଂ ଦମୋଦର ମୁଣ୍ଡା (୧୯) ଗୁରୁବାର ମଧ୍ୟାହ୍ନ ସମୟରେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ଭାଲୁ ସହିତ ମୁଁହାମୁହିଁ ହେବା ଫଳରେ ଭାଲୁ ୩ ଜଣକୁ ଆକ୍ରମଣ କରି ଖଣ୍ଡିଆ ଖାବର କରିଛି। ଭାଲୁ ଆକ୍ରମରେ ୩ ଜଣ ଆହତ ହୋଇଥିବା ସମ୍ପର୍କରେ ଅର୍ଶଳା ସରପଞ୍ଚ ପ୍ରଶ୍ନ ନାଏକ ଖବର ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ଜେମା ମୁଣ୍ଡାର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
Popular Categories



