www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ

ପାଟଣା : ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ସଭାପତି କଳ୍ପତରୁ କରଙ୍କ ଦ୍ୱାରା ଫୁଲତୋଡା ଓ ତିଳକ ଲଗାଇ ସୋମବାର ପ୍ରବେଶ ଉତ୍ସବ ପାଳନ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ସଭାପତି କଳ୍ପତରୁ କରଙ୍କୁ ଛାତ୍ରଛାତ୍ରୀ ମାନେ ଫୁଲତୋଡା ଓ ତିଳକ ଲଗାଇ ସମ୍ବର୍ଦ୍ଧିତ କରିଥିଲେ।
ବିଗତ ଦୁଇବର୍ଷ ହେବ ବିଦ୍ୟାଳୟ ଖୋଲି ନଥିଲା । ଆଜି ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରଛାତ୍ରୀ ମାନେ ଖୁବ ଉତ୍ସାହର ସହିତ ଖୁସି ହୋଇ ଶ୍ରେଣୀ ଗୃହକୁ ପ୍ରବେଶ କରିଥିଲେ। କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏବେ ଏ କ୍ଷତିକୁ ଭରଣା କରିବାକୁ ପଡିବ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦିନରାତି ପରିଶ୍ରମ କରିବାକୁ ପଡ଼ିବ। ସେହିପରି ଶିକ୍ଷକ ମାନଙ୍କର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କରୋନା ମହାମାରୀ ଯୋଗୁଁ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି ତାକୁ ଶିକ୍ଷକ ମାନେହିଁ ଭରଣା କରିପାରିବେ ବୋଲି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଉପରେ ପୁରା ଭରଷା ଅଛି ବୋଲି ଶ୍ରୀ କର କହିଛନ୍ତି। ଉତ୍ସବରେ ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତ  ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତିଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories