www.samajalive.in
Sunday, December 14, 2025
23.1 C
Bhubaneswar

ଡମପଡା ୩୮ନଂ ଜୋନ ଓ ବାଙ୍କୀ ୩୫ନଂ ଜୋନରେ ବିଜେଡି ଆଗୁଆ

ବାଙ୍କୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଙ୍କୀ ବ୍ଲକର ୩୫ନଂ ଜୋନ ଅଧିନ ୬ଗୋଟି ପଞ୍ଚାୟତ ଏବଂ ଡମପଡା ବ୍ଲକ ଅଧିନ ୩୮ନଂ ଜୋନର ୮ଗୋଟି ପଞ୍ଚାୟତର ଭୋଟ ଗଣତି କାର୍ଯ୍ୟ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ ପରିସରରେ ରବିବାର ଦିନ ଚାଲିଛି। ଡମପଡା ୩୮ନଂ ଜିଲ୍ଲାପରିଷଦ ଜୋନର ୧୦ମ ରାଉଣ୍ଡ ଗଣତିରେ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ କୁମାର ସାହୁ ୧୦ହଜାର ୨୪୩ଖଣ୍ଡ ଭୋଟ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଅନନ୍ତ ନାରାୟଣ ମିଶ୍ର ୩ହଜାର ୯୭୯ଖଣ୍ଡ ଭୋଟ ପାଇଛନ୍ତି । ସୂଚନା ଅନୁଯାୟୀ ବିଜେପି ଠାରୁ ବିଜେଡି ପ୍ରାର୍ଥୀ ୬ହଜାର ୨୬୪ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ବାଙ୍କୀ ବ୍ଲକ ୩୫ନଂ ଜିଲ୍ଲାପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ସଞ୍ଜୟ ପାତ୍ର ଗଣତିର ୭ମ ରାଉଣ୍ଡ ସୁଦ୍ଧା ୮ହଜାର ୨୬୧ଖଣ୍ଡ ଭୋଟ ଏବଂ ତାଙ୍କର ପ୍ରତିଦ୍ୱନ୍ଦୀ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ରମେଶ ସେନାପତି ୪ହଜାର ୪୦୫ଖଣ୍ଡ ଭୋଟ ପାଇଛନ୍ତି । ସୂଚନା ଅନୁଯାୟୀ କଂଗ୍ରେସ ଠାରୁ ବିଜେଡି ପ୍ରାର୍ଥୀ ୩ହଜାର ୮୫୬ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଗଣତି କେନ୍ଦ୍ରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କର ଭୋଟ ଗଣତି କାର୍ଯ୍ୟ ଚାଲୁରହିଛି। ଏହାର ସମ୍ପୂର୍ଣ୍ଣ ଚିତ୍ର ସୋମବାର ସକାଳେ ସ୍ପଷ୍ଟ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories