www.samajalive.in
Monday, December 8, 2025
24.1 C
Bhubaneswar

ବାର୍‌ହା ଆକ୍ରମଣ: ୨ ଗୁରୁତର, ୩ ଆହତ

ବାଙ୍କୀ: ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକର ବିଭିନ୍ନ ଗ୍ରାମରେ ଦିନକୁ ଦିନ ଜଙ୍ଗଲୀ ବାରହାଙ୍କ ଆକ୍ରମଣ ଓ ଉପଦ୍ରବରେ ଜନସାଧାରଣ ଅତିଷ୍ଟ ହୋଇପଡିଲେଣି। ବନବିଭାଗ ଜନସାଧାରଣଙ୍କୁ ଏଦିଗରେ ସୁରକ୍ଷା ଦେବାରେ ଅସମର୍ଥ ହୋଇଛି। କେତେବେଳେ ଗ୍ରାମରେ ପଶି ଆସି ଆକ୍ରମଣରେ ବହୁ ଲୋକଙ୍କୁ ଘାଇଲା କଲାଣି ତ କେତେବେଳ ବାରହା ପହ୍ଲ ଫସଲ ଦଳି ଚକଟି ନଷ୍ଟ କରୁଥିବା ଅଭିଯୋଗ ହୋଇଆସୁଛି। ରବିବାର ସକାଳୁ ବିଲିପଡା ପଞ୍ଚାୟତର ବରପଦନପୁର ଓ ବରଗାଁରେ ବାରହା ଆକ୍ରମଣରେ ୨ଜଣ ଗୁରୁତର ହୋଇ ବାଙ୍କୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩ଜଣ ଆହତ ହୋଇଛନ୍ତି। ବରପଦନପୁର ଗ୍ରାମର ସଞ୍ଜୁ ଦେଈ(୫୦) ଏବଂ ବରଗାଁ ଗ୍ରାମର ଭରତ ଚନ୍ଦ୍ର ରାଉତ(୩୫) ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେହିଭଳି ବରପଦନପୁର ଗ୍ରାମର ଗୋଦାବରୀ ପ୍ରଧାନ, ଲୁସି ପ୍ରଧାନ(୨୨) ରୀତାରାଣୀ ପ୍ରଧାନ(୧୮) ପ୍ରମୁଖ ବାରହା ଆକ୍ରମଣରେ ଆହତ ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ଡାକ୍ତରଖାନା ଅଣାଯାଇଛି। ଗୁରୁତର ବ୍ୟକ୍ତିମାନଙ୍କୁ ବନ ବିଭାଗ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ ବାରହାମାନଙ୍କୁ ଘଉଡାଇବାର ବ୍ୟବସ୍ଥା କରିବା ପାଇଁ ଶରତ ମନ୍ତ୍ରୀ ଏବଂ ବିଲିପଡା ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଅନୁରୋଧ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories