www.samajalive.in
Thursday, December 11, 2025
15.1 C
Bhubaneswar

ଆସନ୍ତା ସପ୍ତାହରେ ୬୬ ପୌରାଞ୍ଚଳ ପାଇଁ ପ୍ରଶାସକ ନିଯୁକ୍ତି

ଭୁବନେଶ୍ୱର : ଚଳିତମାସ ୩୦ ତାରିଖରେ ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଯଥା ସମୟରେ ନିର୍ବାଚନ ସମ୍ଭବ ହେଉନାହିଁ। ଫଳରେ ଏହି ସମସ୍ତ ପୌରାଞ୍ଚଳ ପାଇଁ ସରକାର ପ୍ରଶାସକ ନିଯୁକ୍ତ କରିବେ। ଆସନ୍ତା ସପ୍ତାହରେ ଅର୍ଥାତ ୨୯ ତାରିଖ ସୁଦ୍ଧା ୬୬ ପୌରାଞ୍ଚଳରେ ପ୍ରଶାସକ ନିଯୁକ୍ତି ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କୁ ବିଭିନ୍ନ ପୌରାଞ୍ଚଳର ପ୍ରଶାସକ ଭାବେ ଦାୟିତ୍ୱ ଦିଆଯିବ। ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଗତ ଜୁଲାଇ ମାସରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ସ୍ଥାନ ସଂରକ୍ଷଣ ହାର ୫୦% ଟପିବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ନିର୍ଦେଶକୁ ସରକାର ଉକ୍ତ ପିଟିସନ ମାଧ୍ୟମରେ ଚାଲେଞ୍ଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ନଆସିବା ପର୍ଯ୍ୟନ୍ତ ସରକାର ନିର୍ବାଚନ କମିଶନକୁ ଚୂଡ଼ାନ୍ତ ତାଲିକା ଦେଇ ପାରୁନାହାନ୍ତି। ଫଳରେ କମିଶନ ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପାଇଁ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ କରିପାରୁନାହାନ୍ତି। ଭୋଟର ତାଲିକା ଆଦି ପ୍ରସ୍ତୁତ କରିବା ପାଇଁ ପ୍ରାୟ ୪ମାସ ସମୟ ଆବଶ୍ୟକ। ରାଜ୍ୟ ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଜଣାଇଲେ କମିଶନ ପ୍ରକ୍ରିୟା ଆରମ୍ଭ କରିବେ। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ନିର୍ବାଚନ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ କହିଛି।
ଚଳିତମାସ ୩୦ତାରିଖରୁ ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ ରାଜ୍ୟର ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ସେଥିରୁ ୬୬ଟି ପୌରାଞ୍ଚଳରେ ସଂରକ୍ଷଣ ହାର ୫୦%ରୁ ଅଧିକ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories