www.samajalive.in
Monday, December 8, 2025
24.1 C
Bhubaneswar

ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ; ରେହମାନଙ୍କ କଣ୍ଠରେ ଗୁଲଜାରଙ୍କ ଶୀର୍ଷକ ଗୀତ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଏଫ୍‍ଆଇଏଚ୍‍ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବଲିଉଡର ଦୁଇ ମହାନ କଳାକାର ଗୁଲଜାର ଓ ଏଆର ରେହମାନଙ୍କ ସଂପୃକ୍ତି ଟୁର୍ଣ୍ଣାମେଣ୍ଟକୁ ଅଧିକ ଆକର୍ଷଣୀୟ କରିବାକୁ ଯାଉଛି। ବିଶ୍ୱକପର ଶୀର୍ଷକ ସଙ୍ଗୀତରେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଅବଦାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସିଦ୍ଧ ଗୀତିକାର ଗୁଲଜାର ଏହି ଗୀତକୁ ରଚନା କରିଥିବାବେଳେ ଏଆର ରେହମାନ ଏହାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏହି ଗୀତର ଶୀର୍ଷକ ରହିଛି ‘ଜୟ ହିନ୍ଦ୍‍ ହିନ୍ଦ୍‍, ଜୟ ଇଣ୍ଡିଆ, ମାଥେ ପେ ବିଜୟ କି ବିନ୍ଦିଆ….’। କବିତା ଓ ସ୍ୱର, ଲୟର ଅଭୂତପୂର୍ବ ସମ୍ମିଶ୍ରଣରେ ଏହି ଗୀତ ପ୍ରସ୍ତୁତ କରାଯାଇଛି। ଭାରତ ବିଷୟରେ ଆମର ଲୋକପ୍ରିୟ କ୍ରୀଡ଼ା ହକି ଠାରୁ କେହି ଅଧିକ କହିପାରିବେ ନାହିଁ। ବିଶ୍ୱର ସର୍ବବୃହତ ହକି ପ୍ରତିଯୋଗିତା ଆମ ମାଟିରେ ହେବାଠାରୁ ଅଧିକ ରୋମାଞ୍ଚିତ କରିବା ଭଳି ଆଉ କିଛି ନାହିଁ। ସାରା ଦେଶ ହକି ପ୍ରତି ସମର୍ଥନ ସ୍ୱରୂପ ହୃଦସ୍ପନ୍ଦନ ଦେଉଥିବା ଦେଖି ହୃଦୟ ଆନ୍ଦୋଳିତ ହୋଇଯାଉଛି ବୋଲି ରେହମାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବର୍ତ୍ତମାନ ସମଗ୍ର ଦେଶ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ବେଶ ଉତ୍ସାହିତ ଅଛି ଏବଂ ଶୀର୍ଷକ ସଙ୍ଗୀତ ସହ ସଂପୃକ୍ତ ହୋଇଥିବାରୁ ଗୁଲଜାର ସାହେବ ଓ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛୁ ବୋଲି ରେହମାନ କହିଛନ୍ତି। କେବଳ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ନୁହେଁ, ବରଂ ହକି ଖେଳର ବିଶେଷତ୍ୱକୁ ଓ ସମଗ୍ର ବିଶ୍ୱକୁ ଏକତ୍ର କରିବାର ସୁଯୋଗକୁ ଉପଭୋଗ କରିବା ନିମନ୍ତେ ରେହମାନ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୦୯ରେ ଗୁଲଜାରଙ୍କ ଦ୍ୱାରା ରଚିତ ଓ ଏଆର ରେହମାନଙ୍କ ସଙ୍ଗୀତ ନିର୍ଦେଶନାରେ ପ୍ରସ୍ତୁତ ‘ସ୍ଲମଡଗ୍‍ ମିଲେନେୟାର’ ଚଳଚ୍ଚିତ୍ରର ଗୀତ ‘ଜୟ ହୋ’କୁ ଅସ୍କାର ପୁରସ୍କାର ମିଳିଥିଲା।
ଅପରପକ୍ଷରେ ଓଡ଼ିଶାରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଦିନରାତି ଏକ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୁଲଜାର ଓ ରେହମାନଙ୍କ ସଂପୃକ୍ତିକୁ ନେଇ ଯଥେଷ୍ଟ ଆଶାବାଦୀ ହୋଇପଡିଛନ୍ତି। ଉଦ୍‍ଘାଟନୀ ଉତ୍ସବରେ ମଞ୍ଚ ଉପରେ ରେହମାନ ଯେତେବେଳେ ଏହି ଶୀର୍ଷକ ଗୀତ ଗାଇବେ, ତାହା କେବଳ ଓଡ଼ିଶା କାହିଁକି, ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ସ୍ମରଣୀୟ ମୁହୂର୍ତ୍ତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ଗୁଲଜାର ସାହେବ ବିଶ୍ୱକପର ଶୀର୍ଷକ ଗୀତ ରଚନା କରିଥିବାରୁ ଓଡ଼ିଶାବାସୀ ଭାଗ୍ୟବାନ ମନେ କରୁଥିବା ସେ କହିଛନ୍ତି। ବଲିଉଡର ଏହି ଦୁଇ ମହାନ କିମ୍ବଦନ୍ତୀ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଶୀର୍ଷକ ସଙ୍ଗୀତ ଦ୍ୱାରା ଭାରତୀୟ ଖେଳାଳି ଅଧିକ ଉତ୍ସାହିତ ହେବେ ଏବଂ ଭାରତବାସୀ ଏହା ଜରିଆରେ ଓଡ଼ିଶାକୁ ଅଧିକଭାବେ ଜାଣିବାର ସୁଯୋଗ ପାଇବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ହକି ବିଶ୍ୱକପ ନିମନ୍ତେ ଓଡ଼ିଶା ସରକାରଙ୍କ ପାଇଁ ରଣନୀତି ଓ ଯୋଗାଯୋଗ କନ୍‍ସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ନୂପୁର ମହାଜନ କହିଛନ୍ତି ଯେ, ଗୁଲଜାର ସାହେବଙ୍କ ପ୍ରତିଭା ସହିତ ରେହମାନଙ୍କ ମ୍ୟୁଜିକ୍‍ରେ ବର୍ତ୍ତମାନ ଏହି ଗୀତ ପ୍ରସ୍ତୁତ କରାଯାଉଛି। ଏ.ଆର ରେହମାନ ମ୍ୟୁଜିକ୍‍ ଭିଡ଼ିଓର ମଧ୍ୟ ନିର୍ଦେଶନା ଦେବେ ଯାହାକୁ ଭାରତର ହକି ଅନ୍ତୁଡ଼ିଶାଳରେ ସୁଟିଂ କରାଯିବ। ଏହି ଗୀତଟି ଅକ୍ଟୋବର ପ୍ରାରମ୍ଭରେ କଳିଙ୍ଗ ଷ୍ଟାଡ଼ିୟମରେ ଉନ୍ମୋଚିତ କରାଯିବ। ନଭେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ଉଦ୍‍ଘାଟନୀ ଉତ୍ସବରେ ଏ.ଆର ରେହମାନ ଏହି ସଙ୍ଗୀତ ପରିବେଷଣ କରିବେ ବୋଲି ନୂପୁର କହିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories