www.samajalive.in
Monday, December 8, 2025
24.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେମାନନ୍ଦ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ତାଙ୍କ ଜନ୍ମ ମାଟି ଝାରସୁଗୁଡାର ଠାକୁରପଡାରେ ସମ୍ପନ୍ନ ହୋଇଛି। ଝାରସୁଗୁଡା ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ କୃତ୍ୟରେ ଯୋଗ ଦେଇଥିଲେ ।
ତାଙ୍କ ପାର୍ଥିବ ଶରୀରକୁ  ଭୁବନେଶ୍ୱରରୁ ସଡ଼କ ପଥରେ ଝାରସୁଗୁଡ଼ା ଅଣା ଯାଇଥିଲା।  ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ଶତାଧିକ ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପୂର୍ବରୁ ଶନିବାର ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ବାସଭବନ ଓ କଂଗ୍ରେସ ଭବନକୁ ଅଣାଯାଇଥିଲା। ସେଠାରେ ବନ୍ଧୁ, ଶୁଭେଚ୍ଛୁ, ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧଞ୍ଜଳି ଅର୍ପଣ କରିଥିଲେ ।
ସୂଚନା ଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଚିକିତ୍ସିାଧୀନ ଅବସ୍ଥାରେ ଭୁବନେଶ୍ୱରରେ ହେମାନନ୍ଦ ବିଶ୍ୱାଳଙ୍କର ପରଲୋକ ଘଟିଥିଲା ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories