www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟବସ୍ଥା ଉପରେ ନାହିଁ ଆସ୍ଥା, ଷ୍ଟ୍ରଙ୍ଗରୁମ ଆଗରେ ପହରା ଦେଉଛନ୍ତି ବିଜେପି ଓ କଂଗ୍ରେସ ନେତା

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲାର ୫ଟି ପର୍ୟ୍ୟାୟରେ ୧୦ଟି ବ୍ଲକରେ ନିର୍ବାଚନ ସରିଛି । ପ୍ରଶାସନ ଓ ପୁଲିସକୁ ନେଇ ନିର୍ବାଚନ ପରିଚାଳନା ହେଉଛି । ଚଳିତ ନିର୍ବାଚନରେ ଭୋଟ ଗଣତି ମତଦାନ ବୁଥରେ ନହୋଇ ଜିଲାପରିଷଦ ଜୋନ ୱାରୀ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଜିଲା ପରିଷଦ ଭୋଟ ବ୍ଲକ ସଦରମୁହକୁମାରେ ଥିବା ଷ୍ଟ୍ରଙ୍ଗରୁମରେ ଗଣାଯିବ। ତେଣୁ ମତଦାନ ପରେ ଭୋଟ ବାକ୍ସଗୁଡିକୁ ନିର୍ବାଚନ ସରିଥିବା ୧୦ଟି ବ୍ଲକର ଗୋଟିଏ ଗୋଟିଏ ସ୍ଥାନରେ ଷ୍ଟ୍ରଙ୍ଗ ରୁମ କରାଯାଇ ଭିତରେ ରଖାଯାଇଛି । ଷ୍ଟ୍ରଙ୍ଗରୁମକୁ ସିଲ କରାଯାଇଥିବା ବେଳେ ପୁଲିସ ପହରା ସାଙ୍ଗକୁ ସିସିଟିଭି ନଜରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି। ଏତେ ସୁରକ୍ଷା ଥିଲେ ବି ଜିଲାରେ ଥିବା ବିଭିନ୍ନ ଷ୍ଟ୍ରଙ୍ଗରୁମ ଆଗରେ କେଉଁଠି ଟ୍ରାକ୍ଟର ଉପରେ, କେଉଁଠି ଫାଟକ ସମ୍ମୁଖରେ, କେଉଁଠି ଟେଣ୍ଟ ଲଗାଇ ତ କେଉଁଠି ଖୋଲା ଆକାଶ ତଳେ ବିରୋଧୀ ରାଜନୈତିକ ଦଳର ପ୍ରାର୍ଥୀ ଓ ସମର୍ଥକମାନେ ଜଗିବା ଚର୍ଚ୍ଚାର ବିଷୟ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସରୁଗୁଡାଠାରେ ଥିବା ଷ୍ଟ୍ରଙ୍ଗରୁମର ଗ୍ରିଲ ସାମ୍ନାର ବାରଣ୍ଡାରେ ପହରା ଦେଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଓ କର୍ମକର୍ତା। କଂଗ୍ରେସ ଜିଲାପରିଷଦ ପ୍ରାର୍ଥୀ ବୃନ୍ଦା ତ୍ରିପାଠୀ ଓ ବିଜେପି ପ୍ରାର୍ଥୀ ଅରୁଣ ମିଶ୍ରଙ୍କ କହିବା କଥା ହେଲା, ସେମାନେ ବିଜେଡି ସରକାର ଓ ଜିଲା ପ୍ରଶାସନ ଉପରେ ଆଦୌ ଭରସା କରିପାରୁନାହାନ୍ତି । ରାତାରାତି ଭୋଟବକ୍ସକୁ ବଦଳାଇ ଦେଇପାରନ୍ତି । ତେଣୁ ଦିନରାତି ଜଗିବାକୁ ବାଧ୍ୟ ହୋଇଛନ୍ତି । ଏବେ ଏହା ଆଲୋଚନାର ବିଷୟ ହୋଇଛି ।

 

- Advertisement -

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories