www.samajalive.in
Thursday, December 11, 2025
13.1 C
Bhubaneswar

ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଫେରାଇ ଆଣିବାକୁ ପରିବାରର ନିବେଦନ

ନବରଙ୍ଗପୁର:ନବରଙ୍ଗପୁର ସହର କେଉଟ ସାହିର ନୃସିଂହ ନାଥ ପାତ୍ର ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭେର୍ସିଟିରେ ଡାକ୍ତର ପାଠ ପଢିବାକୁ ଯାଇ ରୁଷ-ଯୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି। ପ୍ରଧାନ ଶିକ୍ଷକ ରଜନୀ ପାତ୍ର ଏବଂ ଶିକ୍ଷୟତ୍ରୀ ରଞ୍ଜିତା ଦାସଙ୍କ ଏକ ମାତ୍ର ପୁଅ ନୃସିଂହ ନାଥ ପାତ୍ର ନବରଙ୍ଗ ପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ା ସରିଲା ପରେ ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭେର୍ସିଟିରେ ଏବେ ପଞ୍ଚମ ବର୍ଷ ଡାକ୍ତର ପାଠ ପଢୁଛନ୍ତି। କିନ୍ତୁ ରୁଷ ଏବଂ ଯୁକ୍ରେନ ଯୁଦ୍ଧ ହେବା ଫଳରେ ସେ ଭାରତୀୟ ଦୁତାବାସବାସରେ ରହିଥିବା ଜଣାଯାଇଛି । ଅନ୍ୟ ପଟେ ପୁଅକୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର ଲୋକ। ମନ୍ଦିରରେ ପୂଜା କରି ଠାକୁରଙ୍କୁ ପୂଜା କରୁଛନ୍ତି। ତେବେ ଡାକ୍ତରୀ ପାଠର ଫାଇନାଲ ପରୀକ୍ଷା ଥିବାରୁ ସେଠାରେ ସେ ରହିଥିଲେ। ଅଚାନକ ଭାବେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ସେଠାରେ ଫସି ରହିଥିବା ପୁଅକୁ ଫେରାଇ ଆଣିବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories