www.samajalive.in
Saturday, December 13, 2025
26.1 C
Bhubaneswar

ସାର୍ବଜନୀନ ଟିକାକରଣ ୧୭୭ କୋଟି ଟପିଲା

ନୂଆଦିଲ୍ଲୀ : କୋଭିଡ ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଦେଶରେ ସାର୍ବଜନୀନ ଟିକାକରଣ ୧୭୭ କୋଟି ଅତିକ୍ରମ କରିଛି। ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ସାଢେ ଚାରିଟା ସୁଦ୍ଧା ୧୭୭ କୋଟି ଏକ ଲକ୍ଷ ୮୦ ହଜାର ପାନରୁ ଅଧିକ ଟିକା ଦିଆଯାଇଛି। ସେହିପରି ୯୬ କୋଟି ୫୦ ଲକ୍ଷ ୩୮ ହଜାର ୫୦ରୁ ଅଧିକ ପ୍ରଥମ ପାନ, ୭୮ କୋଟି ୬୪ ଲକ୍ଷ ୭୧ ହଜାର ୯୦୫ରୁ ଅଧିକ ଦ୍ବିତୀୟ ପାନ ଏବଂ ଏକ କୋଟି ୮୬ ଲକ୍ଷ ୭୦ହଜାର ୪୧୭ରୁ ଅଧିକ ପ୍ରତିଷେଧାତ୍ମକ ପାନ ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଏହି ସମୟ ମଧ୍ୟରେ ମୋଟ ୬ କୋଟି ୮ ଲକ୍ଷ ୨୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories