www.samajalive.in
Sunday, December 14, 2025
26.1 C
Bhubaneswar

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଜାଣି ରଖନ୍ତୁ ଏହି ଟିପ୍ସ

ଦୈନନ୍ଦିନ ଜୀବନରେ ଖାଦ୍ୟ ପ୍ରସ୍ତୁତି ସମୟରେ କିଛି ସାଧାରଣ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ତେବେ ଜାଣନ୍ତୁ ……

ପରଟାକୁ ସବୁବେଳେ ଆମେ ତେଲ ଦ୍ବାରା ସେକିଥାଉ। କିନ୍ତୁ ପରଟାରେ ତେଲ ବଦଳରେ ଲହୁଣୀରେ ସେକିବା ଦ୍ବାରା ତାହା ଅଧିକ ସ୍ବାଦିଷ୍ଟ ଲାଗିଥାଏ।

- Advertisement -

ଯଦି ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ତିଆରି କରୁଛନ୍ତି ତେବେ ସେଥିରେ ଅଳ୍ପ ଶାଗୁ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ବାରା ତରକାରୀରେ ମସଲାର ପରିମାଣ ବଢିବା ସହ ତାହା ସ୍ବାଦିଷ୍ଟ ଲାଗେ।

ପିଆଜକୁ ସର୍ବଦା ଯେକୌଣସି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତେଲ​‌​‌ରେ ପକାଇବାକୁ ପଡିଥାଏ। ତାହା ଠିକ ଭାବେ ଭାଜି ହେବା ପର୍ୟ୍ୟନ୍ତ କିଛି ସମୟ ଅପେକ୍ଷା କରିବାକୁ ପଡିଥାଏ। ତେଣୁ ସର୍ବଦା ତେଲରେ ପିଆଜ ପକାଇ ସେଥିରେ ଅଳ୍ପ ଚିନି ପକାନ୍ତୁ। ଏହାଦ୍ବାରା ପିଆଜ ଶୀଘ୍ର ଭାଜି ହୋଇଯାଏ।

ରାଜମାକୁ ଗରମ ପାଣିରେ ପକାଇ ସିଝାଇବା ବେଳେ ସେଥିରେ ଭୁଲରେ ଲୁଣ ପକାନ୍ତୁ ନାହିଁ। ଏପରି କରିବା ଦ୍ବାରା ରାଜମା ସିଝିବାକୁ ଅଧିକ ସମୟ ଲାଗିଥାଏ। ତେଣୁ ରାଜମା ସିଝାଇବା ବେଳେ ଖାଲି ପାଣିରେ ପକାଇ ଫୁଟାନ୍ତୁ।

ଯଦି ଆପଣ ଘରେ​‌ ବିରି ଓ ଚାଉଳ ପେଷି ସେଥିରେ ଇଟଲି କିମ୍ବା ଦୋସା ଖାଇବାକୁ ପସନ୍ଦ କରିଥାଆନ୍ତି। ​‌ତେବେ ତାହା ବେଳେ ଖଟା ହୋଇଯାଏ। ସେଥିପାଇଁ ନଡିଆକୁ ପେଷି ତାହାକୁ ବିରି, ଚାଉଳ ମିଶ୍ରଣ​‌ରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ବାରା ମିଶ୍ରଣ ଆଉ ଖଟା ଲାଗିବ ନାହିଁ।

ଭେଣ୍ଡିକୁ ଦୁଇ ଦିନରୁ ଅଧିକ ଦିନ ରଖିଲେ ତାହା ସତେଜ ହୋଇ ରହେ ନାହିଁ। ତେଣୁ ଭେଣ୍ଡି ଅଧିକ ଦିନ ଧରି ସତେଜ ରଖିବା ପାଇଁ ସେଥିରେ କିଛି ସୋରିଷ ତେଲ ମାରି ରଖନ୍ତୁ।

ଘରେ ବରା ପ୍ରସ୍ତୁତ କରିବା ପାଇଁ ମିଶ୍ରଣ ଠିକ ଭାବେ ହୋଇଛି କି ନାହିଁ ତାହା ଜାଣିବା ଉଚିତ। ସେଥିପାଇଁ ଏକ କପ ପାଣିରେ ବରା ମିଶ୍ରଣର କିଛି ବୁନ୍ଦା ପକାଇ ଦିଅନ୍ତୁ। ଯଦି ମିଶ୍ରଣଟି ଭାସୁଥିବ ତେବେ ତାହା ସମ୍ପୁର୍ଣ୍ଣ ରୁପେ ବରା ତିଆରି ପାଇଁ ଉପଯୁକ୍ତ ।

ଆଳୁ ଓ ପିଆଜକୁ ଅଧିକ ଦିନ ଧରି ସାଇତି ରଖି ହୋଇଥାଏ। ତେଣୁ ଏହାକୁ ଏକାଠି ସାଇତି ରଖନ୍ତୁ ନାହିଁ। କାରଣ ପିଆଜ ସଂସ୍ପର୍ଶରେ ଆସି ଆଳୁ ଶୀଘ୍ର ନଷ୍ଟ ହୋଇଯାଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories