www.samajalive.in
Saturday, December 13, 2025
21.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧ ; ନିଜ ସହରର ୩ ପୋଲ ଉଡାଇଲା ୟୁକ୍ରେନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ଦ୍ୱିତୀୟ ଦିନ। ଉଭୟଙ୍କ ମଧ୍ୟରେ ଲଢେଇ ଜଟିଳତା ଆଡକୁ ଗତି କରୁଛି। ରୁଷ ସେନା ଦ୍ୱାରା ୟୁକ୍ରେନର ହୋଇଥିବା ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବାନୁଯାୟୀ, ଏଯାଏଁ ୧୩୭ ଜଣଙ୍କ ଜୀବନ ଚାଲି ଯାଇଛି।
ୟୁକ୍ରେନର ରାଜଧାନୀ କିଭ୍‍କୁ ଅଧିକୃତ କରିବାର ଲଢେଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି। କୀଭ୍‍ର ବାହାରରେ ରୁଷ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲୁ ରହିଛି। ଏହାମଧ୍ୟରେ ସୂଚନା ମିଳିଛି ଆଗକୁ ବଢୁଥିବା ରୁଷର ଟ୍ୟାଙ୍କକୁ ରୋକିବା ପାଇଁ ୟୁକ୍ରେନ ନିଜ ସହରର ତିନିଟି ପୋଲ ଉଡାଇ ଦେଇଛି।
ରାଜଧାନୀ କୀଭ୍‍ ରେ ଆଜି ରୁଷ ସେନା ଛଅ ଥର ମିଶାଇଲ ଆକ୍ରମଣ କରିଛି। ଏହାମଧ୍ୟରେ ରୁଷର ଏକ ବିମାନକୁ ୟୁକ୍ରେନ ତଳକୁ ଖସାଇ ଦେଇଛି। ବିମାନଟି ଖସି ଏକ ଉଚ୍ଚ ଅଟ୍ଟାଳିକାରେ ମାଡ ହୋଇ ସେଠାରେ ନିଆଁ ଲାଗି ଯାଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories