www.samajalive.in
Monday, December 8, 2025
13.1 C
Bhubaneswar

ରୁଷ ହମଲାରେ କ’ଣ ଆମେରିକାକୁ ସାଥ୍‍ ଦେବ ଭାରତ ? ଜାଣନ୍ତୁ କ’ଣ କହିଲେ ବିଡେନ୍‍..

ୱାସିଂଟନ୍‍: ୟୁକ୍ରେନ୍‍ ଓ ରୁଷିଆ ମଧ୍ୟରେ ଚାଲିଛି ଲଢ଼େଉ । ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ୟୁକ୍ରେନ୍‍ ଓ ରୁଷର ଯୁଦ୍ଧ । ଏହାରି ଭିତରେ ଉଭୟ ଦେଶର ବହୁ ସୌନିକଙ୍କ ମୃତ୍ୟୁ ହୋଇସାରିଲାଣି । ଘଟଣାକୁ ନେଇ ପଡୋଶୀ ଦେଶ ମଧ୍ୟ ଶାନ୍ତି ଫେରାଇ ଆଣିବାକୁ ଅପିଲ ମଧ୍ୟ କରିଛନ୍ତି । ଘଟଣାକୁ ନେଇ ଆମେରିକାରେ ଦେଖା ଦେଇଛି ଅସନ୍ତୋଷ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ହ୍ୱାଇଟ୍‍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ଘଟଣାକୁ ନେଇ ଭାରତ ସହ ଆଲୋଚନା କରିବାକୁ ବିଡେନ କହିଛନ୍ତି ।

କିଛି ସାମ୍ବାଦିକ ବିଡେନଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ଅନୁସାରେ ଭାରତ କ’ଣ ରୁଷ ହମଲାରେ ଆମେରିକା ସହ ଛିଡ଼ା ହେବ ? ଭାରତ ଏବଂ ଆମେରିକା ଏହି କ୍ଷେତ୍ରରେ ସମାନ ନୁହଁନ୍ତି । ରୁଷ ସହିତ ଭାରତର ପୁରୁଣା ବନ୍ଧୁତା ରହିଛି । ବିଗତ ଦଶନ୍ଧି ଧରି ଆମେରିକା ସହିତ ଭାରତର ରଣନୈତିକ ଭାଗିଦାରୀ ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍‍ ।

- Advertisement -

ବିଡେନ୍‍ ଏହି ଘଟଣାକୁ ନେଇ ଆହୁରି ମଧ୍ୟ କହିଛନ୍ତି । ପୁଟିନ୍‍ ହେଉଛନ୍ତି ଆକ୍ରମଣକାରୀ । ପୁଟିନ୍‍ ବର୍ତ୍ତମାନ ସମୟରେ ଯୁଦ୍ଧକୁ ବାଛିଲେ । ଯୁଦ୍ଧର ପରିଣାମ ତାଙ୍କ ଦେଶ ଭୋଗିବ । ତାଙ୍କ ଅର୍ଥନୈତିକ ଉପରେ ପ୍ରତିବନ୍ଦକ ଲାଗାଇବାକୁ ବିଡେନ କହିଛନ୍ତି । ତାହା ସହ ସେ ପୁଣି ଦୋହରାଇଛନ୍ତି ତାଙ୍କ ସୌନ୍ୟବାହିନୀଙ୍କୁ ୟୁକ୍ରେନକୁ ପଠାଇବେ ନାହିଁ। ରୁଷ ଉପରେ ଆର୍ଥିକ କଟକଣା ଲାଗୁ କରାଯିବ ଏବଂ ନାଟୋ ଦେଶଗୁଡିକର ଏକ ଇଞ୍ଚ ଜମିକୁ ସୁରକ୍ଷା ଦେବେ ବୋଲି ବିଡେନ କହିଛନ୍ତି। ତାହା ସହ ବିଡେନ ପୁଟିନଙ୍କ ସହ ଏନେଇ କଥା ହେବାକୁ ତାଙ୍କର କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିଛନ୍ତି ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories