କଲମପୁର : ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ ପରେ ଅନୁଷ୍ଠିତ ହେବ ନିର୍ବାଚନ । କିନ୍ତୁ ଏହି ସ୍ୱଳ୍ପ ସମୟ ଅବଧି ମଧ୍ୟରେ ମତଦାନ କେନ୍ଦ୍ର ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ କରି ଭୋଟ ବର୍ଜନ କରିବା ଭଳି ନିଷ୍ପତ୍ତି ନେଇଛନ୍ତି କଲମପୁର ବ୍ଲକ ଅଧିନସ୍ଥ ଦପେୁର ପଞ୍ଚାୟତ ଅନ୍ତର୍ଗତ ବାଲିଛଡାର ୫ ନମ୍ବର ୱାର୍ଡ ବାସିନ୍ଦା।
ସୁଚନା ଅନୁସାରେ ବିଲିଛଡାରେ ଦୁଇଗୋଟି ୱାର୍ଡ ରହିଛି । ଏଥିପାଇଁ ଦୁଇ ଗୋଟି ମତଦାନ କେନ୍ଦ୍ର ମଧ୍ୟ ରହିଛି । ପୂର୍ବରୁ ବାଲିଛଡାର ଉଭୟ ୱାର୍ଡ ବାସିନ୍ଦା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଆସୁଥିଲେ । କିନ୍ତୁ ଗତ ୪ ବର୍ଷ ହେବ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହେଇ ପଡିବା ସହ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ବିଦ୍ୟାଳୟ କୋଠାକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି । ଏହାସହ ବିଦ୍ୟାଳୟର ପାଠ୍ୟଦାନ ପାଇଁ ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ସାମୟିକ ଭାବେ ବ୍ୟବହାର କରାଯାଉଛି। ଗତ ସାଧାରଣ ନିର୍ବାଚନ ପାଇଁ ବାତ୍ୟା ଆଶ୍ରୟ ସ୍ଥଳରେ ମତଦାନ କେନ୍ଦ୍ର କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ବିଦ୍ୟାଳୟ କୋଠା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିଦ୍ୟାଳୟ କୋଠା ନିର୍ମାଣ ହେଇ ପାରି ନାହିଁ । ଏପରିସ୍ଥିତିରେ ବ୍ଲକ ପ୍ରଶାସନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ୪ ନମ୍ବର ୱାର୍ଡର ମତଦାନ କେନ୍ଦ୍ର ଭାବେ ବାତ୍ୟା ଆଶ୍ୟସ୍ଥଳ ଓ ୫ ନମ୍ବର ୱାର୍ଡର ମତଦାନ କେନ୍ଦ୍ର ପାଇଁ ୪ ନମ୍ବର୍ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଚୟନ କରାଯାଇଛି । ଏଥିରେ ୫ ନମ୍ବର ୱାର୍ଡ ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ବୁଧବାର ସଂଧ୍ୟାରେ ମତଦାନ କେନ୍ଦ୍ର ପରିବର୍ତ୍ତନ କରାନଗଲେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି । ମତଦାନ ଗ୍ରହଣର ଅଳ୍ପ କିଛି ସମୟ ପୂର୍ବରୁ ଗ୍ରାମବାସୀଙ୍କ ଭେଳି ନିଷ୍ପତ୍ତି ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟପଟେ ଗ୍ରାମବାସୀଙ୍କ ସହ ଆଲୋଚନା କରି ମଧ୍ୟ ପ୍ରସାସନ ବିଫଳ ହେଇଛି।
ମତଦାନ କେନ୍ଦ୍ର ପରିବର୍ତ୍ତନ, ଭୋଟ ବର୍ଜନ ପାଇଁ ବାଲିଛଡା ୫ନମ୍ବର ୱାର୍ଡ ବାସିନ୍ଦାଙ୍କ ଚେତାବନୀ
Popular Categories



