www.samajalive.in
Monday, December 8, 2025
24.1 C
Bhubaneswar

ନଓ୍ଵାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ନିଜ କାର୍ଯ୍ୟାଳୟକୁ ନେଇଛି। ଇଡିର ଅଧିକାରୀ ବୁଧବାର ସକାଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚିଥିଲା। ଘରେ ପଚରାଉଚରା ପରେ ଟିମ୍‌ ତାଙ୍କୁ ଇଡି କାର୍ଯ୍ୟାଳୟକୁ ନେଇଛି। ଗତ କିଛି ଘଣ୍ଟା ହେବ ନୱାବଙ୍କୁ ପଚରାଉଚରା ଜାରି ରହିଛି। ଇଡି ତାଙ୍କୁ ଅଣ୍ଡର ଓ୍ଵାର୍ଲ୍ଡ ସହ ସମ୍ପର୍କ ବିଷୟରେ ପଚରା ଉଚରା କରିବାକୁ ଉଠାଇ ନେଇଛି। ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ନଓ୍ଵାବ ମଲିକଙ୍କୁ ଗିରଫ କରାଯାଇନାହିଁ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ନୱାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ଫଡନବିସ୍‌ ଦାବି କରିଥି​‌ଲେ ଯେ, ନବାବ ମଲିକ ଦାଉଦର ସମ୍ପର୍କୀୟଙ୍କଠାରୁ ଜମି କିଣିଛନ୍ତି। ଏହି ସମ୍ପତ୍ତି ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କର ବୋଲି ଫଡନବିସ୍‌ ଦୃଢୋକ୍ତି ପ୍ରକାଶ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories