www.samajalive.in
Monday, December 8, 2025
24.1 C
Bhubaneswar

ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ: ପାପଡାହାଣ୍ଡିରେ ୮୨.୪୩%, ଡାବୁଗାଁରେ ୮୫.୧୮%ଭୋଟଦାନ

ନବରଙ୍ଗପୁର: ଜିଲାର ପାପଡାହାଣ୍ଡି ବ୍ଲକ ଓ ଡାବୁଗାଁ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ପାପଡାହାଣ୍ଡିବ୍ଲକରେ ମୋଟ ୯୬୦୨୦ ଭୋଟର ରହିଥିବାବେଳେ ମୋଟ ୭୯୧୪୭ ମତଦାତା ଭୋଟ ଦେଇଛନ୍ତି। ଯାହାକି ୮୨.୪୩ ପ୍ରତିଶତ ହୋଇଛି। ସେହିପରି ଡାବୁଗାଁ ବ୍ଲକରେ ମୋଟ ୪୪୬୪୮ଭୋଟର ରହିଥିବାବେଳେ ସେଥିମଧ୍ୟରୁ ୩୮୦୩୧ ଜଣଭୋଟ ଦେଇଛନ୍ତି। ଯାହାକି ୮୫.୧୮ ପ୍ରତିଶତ ଭୋଟଦାନ ହୋଇଛି। ଆଜି ପୂର୍ବାହ୍ନ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ତେବେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ହୋଇଥିବାବେଳେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଜିଲାପାଳ ଡଃ.କମଳଲୋଚନ ମିଶ୍ର ଓ ଏସପି ପି.ଏସ. ପୁରୁଷୋତ୍ତମ ଦାସ ବିଭିନ୍ନବୁଥକୁ ଯାଇ ଅନୁଧାନ କରିଥିଲେ। ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଛି। ତେବେ ପାପଡାହାଣ୍ଡିବ୍ଲକ ୩ଟି ଜିଲା ପରିଷଦ ଜୋନ ଓ ଡାବୁଗାଁ ବ୍ଲକର ୨ଟି ଜିଲା ପରିଷଦ ଜୋନ ପାଇଁ ଏହି ଭୋଟ ଗ୍ରହଣ ହୋଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories