www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ – ନବରଙ୍ଗପୁରର ଛାତ୍ର ତରୁଣ ମିର୍ଗାନ ପ୍ରଥମ

ନବରଙ୍ଗପୁର :ରାଜ୍ୟସ୍ତରୀୟ ଚିତ୍ର।ଙ୍କନ ପ୍ରତିଯୋଗିତାରେ ଭାଗ ନେଇ ନବରଙ୍ଗପୁର ର ଛାତ୍ର ତରୁଣ ମିର୍ଗ।ନ ପ୍ରଥମ ସ୍ଥାନ ଅଧିକାର କରି ଏହି ଜିଲା ପାଇଁ ଗୌରବ ଆଣିଛନ୍ତି । ଓଡିଶା ଆଇନ ସେବା ପ୍ରାଧିକରଣ, କଟକ ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ ୩୦ଟି ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ମଧ୍ୟରୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକସ୍ତରରୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଷୁଦ୍ର ନାଟକ (ସ୍କିଟ), ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ମହିଳା ସଶକ୍ତି କରଣ, ପରିମଳ ବ୍ୟବସ୍ଥା, ଟ୍ରାଫିକ ନିୟମାବଳୀ ଓ ବହୁ ବିଷୟ ବସ୍ତୁ କୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ଆର.ସି.ଡି. ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ତରୁଣ ମିର୍ଗାନ ଜିଲ୍ଲା ସ୍ତରୀୟ ଓ ଆଞ୍ଚଳିକସ୍ତରରୁ ଚିତ୍ରାଙ୍କନା ପ୍ରତିଯୋଗିତାରେ ମନୋନୀତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଚିତ୍ରାଙ୍କନା ପ୍ରତିଯୋଗିତାରେ ଛାତ୍ର ଶ୍ରୀ ମିର୍ଗାନ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories