ଦୈନନ୍ଦିନ ଆମ ରୋଷଶାଳାରୁ ବିଭିନ୍ନ ପ୍ରକାର ଆବର୍ଜନା ବାହାରିଥାଏ। ଯେପରି ପରିବା, ଫଳ ଚୋପା, ବଳକା ଖାଦ୍ୟ, ଚା’ପତି ଇତ୍ୟାଦିଇତ୍ୟାଦି। ସମସ୍ତେ ଏସବୁକୁ ଅଳିଆ ଡବାରେ ହିଁ ଫିଙ୍ଗିଥାନ୍ତି। ଏହି ସବୁ ଆବର୍ଜନାକୁ ନେଇ ହରିୟାଣାର କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥାନର ଗବେଷକଗଣ ପରୀକ୍ଷାନିରୀକ୍ଷା କରିଥିଲେ। ୨୦୧୬େର ଏଇ ଗବେଷଣା ଆରମ୍ଭ ହୋଇଥିଲା। କ୍ଷାର ଜମି ଅର୍ଥାତ୍ ଯେଉଁ ଚାଷ ଜମିର ପି.ଏଚ୍ ମୂଲ୍ୟ ୯.୫ରୁ ଅଧିକ, ସେଥିରେ ହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ହୋଇଥିବାର ପ୍ରକାଶ। ମାତ୍ର ୬ ମାସ ପରେ ହିଁ ଜମିରେ ବିଭିନ୍ନ ପ୍ରକାରର ପନିପରିବା ସହ ଶସ୍ୟ ଚାଷ କରିବାରେ ଗବେଷକଗଣ ସଫଳ ହୋଇଥିଲେ। ରୋଷେଇ ଘର ଅଳିଆକୁ ଜୈବିକ କମ୍ପୋଷ୍ଟରେ ରୂପାନ୍ତର କରାଯିବା ପରେ ହିଁ ଏଇ ପଦକ୍ଷେପ ନିଆଯାଇଥିଲା। ଭାରତର ମୁଖ୍ୟତଃ ଗୁଜରାଟ୍, ଉତ୍ତର-ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକରେ କ୍ଷାର ଚାଷଜମିର ସଂଖ୍ୟା ସର୍ବାଧିକ। ଏସବୁ ସ୍ଥାନରେ ଗବେଷକଗଣ ପରୀକ୍ଷା କରି ସଫଳ ହୋଇପାରିଛନ୍ତି। ବୈଜ୍ଞାନିକ ଡାଃ ପାରୁଲ ସୁଧାଙ୍କ ମତରେ, ପ୍ରତି ବର୍ଷ ଏହି ରୋଷେଇ ଘର ବର୍ଜ୍ୟବସ୍ତୁ ପ୍ରସ୍ତୁତ ଜୈବିକ୍ କମ୍ପୋଷ୍ଟ ବ୍ୟବହାର କରାଯାଇ ୧.୫ ମିଲିୟନ୍ ଟନ୍ ଶସ୍ୟ ଉତ୍ପାଦନ କରାଯାଇପାରିବ।
Popular Categories



