www.samajalive.in
Thursday, December 11, 2025
16.1 C
Bhubaneswar

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଜିଲାପାଳ

ବାଙ୍କୀ: ଡମପଡା ବ୍ଲକରେ ଫେବୃଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେହିଭଳି ଫେବୃଆରୀ ୨୪ ତାରିଖରେ ବାଙ୍କୀ ବ୍ଲକର ନିର୍ବାଚନ। ଏଥି ପାଇଁ ଉଭୟ ବ୍ଲକର ଚୂଡାନ୍ତ ପ୍ରସ୍ତୁତି ଓ ପରିଚାଳନା କାର୍ଯ୍ୟ କିଭଳି ଚାଲିଛି ସେ ସମ୍ପର୍କରେ ଜିଲାପାଳ ଭବାନୀଶଙ୍କର ଚୟନୀ ସମୀକ୍ଷା କରିଛନ୍ତି। ଶନିବାର ଦିନ ବାଙ୍କୀ ଗସ୍ତରେ ଆସି ଡମପଡା ବ୍ଲକର ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବାଙ୍କୀ-ଡମପଡା ବ୍ଲକରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କାର୍ଯ୍ୟ ସମାହିତ ହେବ ସେଥି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ ଅଧିକାରୀ ଶ୍ୟାମଳ କୁମାର ରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

- Advertisement -

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ସତ୍ୟନାରାୟଣ ପଣ୍ଡା, ଡମପଡା ତହସିଲଦାର କ୍ଷିତିଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବ୍ଲକ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ୍, ପ୍ରସ୍ତୁତ ହେଉଥିବା ଭୋଟ୍ ଗଣତି କେନ୍ଦ୍ର ପରିଦର୍ଶନ କରିବା ସହିତ ବୁଥ୍ ୱାରି ବାଲାଟ୍ ପେପର ବକ୍ସ ଏବଂ ବ୍ଲକ ପରିସରରୁ ବିଭିନ୍ନ ବୁଥକୁ ଯିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା, ସମ୍ବେଦନଶୀଳ ବୁଥ୍ ପ୍ରତି ପୁଲିସ ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିବା ସହିତ ଶୃଙ୍ଖଳିତ ନିର୍ବାଚନ ପାଇଁ ଧ୍ୟାନ ଦେବା ପାଇଁ ଜିଲାପାଳ ଗୁରୁତ୍ୱ ଦେଇଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories