www.samajalive.in
Monday, December 8, 2025
27.1 C
Bhubaneswar

ଭୋଟ ଗଣତି ପାଇଁ ପ୍ରଶିକ୍ଷଣ

ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକରେ ଫେବୃଆରୀ ୨୨ ଏବଂ ବାଙ୍କୀ ବ୍ଲକରେ ଫେବୃଆରୀ ୨୪ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଙ୍କୀ ବ୍ଲକର ୩୩୩ ମତଦାନ କେନ୍ଦ୍ରରେ ୯୧,୮୧୧ ଏବଂ ଡମପଡା ବ୍ଲକର ୨୬୨ଟି ମତଦାନ କେନ୍ଦ୍ରରେ ୭୬,୬୭୩ଜଣ ମତଦାତା କିଭଳି ନିର୍ଭୟ ଓ ସ୍ୱାଧୀନ ଭାବେ ମତଦାନ କରିପାରିବେ ସେଥିପାଇଁ ବ୍ଲକ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତି ଜୋର ଧରିଛି। ଶନିବାର ଦିନ ପୂର୍ବାହ୍ନରେ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଭୋଟ ଗଣତି ହେବ। ଏଥିପାଇଁ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ବିଡିଓ ପ୍ରଦୀପ୍ତ କୁମାର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

 

- Advertisement -

ଏବିଡିଓ ସୂଚିସ୍ମିତା ନାୟକ, ବ୍ଲକ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ଏବଂ ଆକାଉଣ୍ଟସ୍‌ ଅଫିସର ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଧିକାରୀଙ୍କୁ ପ୍ରଶିକ୍ଷଣ ସମୟରେ ଫେବୃଆରୀ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗଣତି ପ୍ରକ୍ରିୟା ସଫଳତାର ସହ କିଭଳି ସମ୍ପାଦନ କରାଯିବ ସେ ସମ୍ପର୍କରେ ସୂଚନା ଦିଆଯାଇଥିବା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories