www.samajalive.in
Saturday, December 13, 2025
26.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧାୟକଙ୍କ ଶୋଭାଯାତ୍ରା

ବାଙ୍କୀ: ଡମପଡା ବ୍ଲକରେ ଫେବୃଆରୀ ୨୨ ତାରିଖରେ ନିର୍ବାଚନ। ଏହି ବ୍ଲକର ୨ଟି ଜୋନ ରେ ୨୬୨ ମତଦାନ କେନ୍ଦ୍ରରେ ୭୬,୬୭୩ଜଣ ମତଦାତା ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଇଛି। ଶନିବାର ଦିନ ଡମପଡା ବ୍ଲକ ୩୭ ନମ୍ବର ଜୋନରେ ବିଜେଡି ସମର୍ଥିତ ଜିଲାପରିଷଦ ପ୍ରାର୍ଥିନୀ ମିନତୀ ମହାପାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତରେ ଦଳୀୟ ସମର୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଏକ ମୋଟଇ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ୩୭ ନମ୍ବର ଜୋନ୍ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ, ହରିରାଜପୁର ପଞ୍ଚାୟତ, ଗୋପାଳପୁର, ରଗଡି ଏବଂ ଦୁର୍ଗାପୁର ପ୍ରମୁଖ ୫ ଗୋଟି ପଞ୍ଚାୟତରେ ଆଜି ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଶୋଭାଯାତ୍ରାରେ ନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେମାନଙ୍କ ସହିତ ଶତାଧିକ କର୍ମୀ ଓ ସମର୍ଥକମାନେ ଏହି ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ପୁଣି ଥରେ ଜିଲାପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନରେ ମୋହର ଦେଇ ବିଜୟ କରାଇବା ସହ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories