www.samajalive.in
Thursday, December 11, 2025
15.1 C
Bhubaneswar

ଗୁଜୁରାଟରେ ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର – ଡାକ୍ତରଙ୍କ ଦ୍ୱାରା କରାଗଲା ସଫଳ ଅସ୍ତ୍ରୋପଚାର

ଅହମ୍ମଦାବାଦ- ଗୁଜୁରାଟରେ ଜଣେ ମହିଳାଙ୍କ ପେଟରୁ ୪୭ କିଲୋଗ୍ରାମ ଓଜନର ଟ୍ୟୁମର ବା ଅବୁର୍ଦକୁ ସଫଳ ଭାବେ ଅସ୍ତ୍ରୋପଚାର କରାଯାଇଛି । ଡକ୍ତରମାନେ ଏହାର ସପଳ ଅସ୍ତ୍ରୋପଚାର କରିଛନ୍ତି । ଏହା ନନ୍‌ ଓଭାରିଆନ୍‌ ବା ଗର୍ଭାଶୟ ବାହାରେ ହୋଇଥିବା ଟ୍ୟୁମର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି ।

ଗତ ୧୮ ବର୍ଷ ଧରି ଏହ ମହିଳାଙ୍କ ପେଟର ଏକ ଅଂଶ ଫୁଲିବାରେ ଲାଗିଥିଲା । ସେ ଡାକ୍ତରୀ ଦୋକାନରୁ ଔଷଦ ପଚାରି ଖାଇବା ସହ ଏହାକୁ ଅଣଦେଖା କରିଥିଲେ । ଧୀରେ ଏହା ବଢିବା ପାଇଁ ଲାଗିଥିଲା । ପରେ ଡାକ୍ତରମାନେ ବିଭିନ୍ନ ପରୀକ୍ଷା କରି ତାଙ୍କ ପେଟରେ ଟ୍ୟୁମର ହୋଇଥିବା କଥା କହିଥିଲେ । ପରେ ତାଙ୍କର ଅସ୍ତ୍ରୋପଚାର କରି ୪୭ କିଲୋ ଓଜନର ଟ୍ୟୁମର କାଢି ଥିଲା। ମହିଳାଙ୍କୁ ଏବେ ୫୬ ବର୍ଷ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଅଛନ୍ତି ।

- Advertisement -

୧୮ ବର୍ଷ ପୂର୍ବରୁ ତାଙ୍କର ଓଜନ ବୃଦ୍ଧି ପାଇବା ସହ ପେଟ ବି ବଢିଥିଲା । ପ୍ରଥମେ ସେ ଏହାକୁ ଅଣଦେଖା କରିଥିଲେ । ପରେ ପେଟ ଅତ୍ୟଧିକ ଫୁଲି ଯିବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ । ଗତ ଦୁଇ ବର୍ଷ ତଳେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ଟ୍ୟୁମର ପୁଣି ବଢିବାକୁ ଲାଗିଥିଲା। ପରେ ପୁଣି ଏକ ଅସ୍ତ୍ରୋପଚାର କରାଯାଇ ୪୭ କିଲୋଗ୍ରାମର ଟ୍ୟୁରକୁ ଡାକ୍ତରମାନେ କାଢି ଦେଇଛନ୍ତି ।

ଅସ୍ତ୍ରୋପଚାର ପରେ ମହିଳା ଭଲ ଅଛନ୍ତି । ତାଙ୍କୁ ସୋମବାରରେ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories