www.samajalive.in
Thursday, December 11, 2025
16.1 C
Bhubaneswar

ପାତ୍ରପୁରରେ ପ୍ରାକ ନିର୍ବାଚନ ହିଂସା: ଦୁଇ ବାଇକ ପୋଡି, ୬ରୁ ଆହତ

ପାତ୍ରପୁର: ପାତ୍ରପୁର ବ୍ଳକରେ ନିର୍ବାଚନ ପାଇଁ ଗୋଟିଏ ଦିନ ବାକି ଥିବା ବେଳେ ଆଜି ପ୍ରାକ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ପାତ୍ରପୁର ବ୍ଳକ ସୁରଙ୍ଗୀ ମନ୍ଦରଡା ରାସ୍ତା ଲୁହୁରୁଣୀ ବଟ ଠାରେ ବିଜେଡି-ବିଜେପି କର୍ମୀ ମଧରେ ହାତାହାତୀ ହେବା ସହ ଦୁଇଟି ବାଇକ ପୋଡ଼ିଦେଇଥିବା ଜଣାଯାଇଛି। ଏପରିକି ଉଭୟ ଗୋଷ୍ଠୀର ୬ରୁ ଅଧିକ କର୍ମୀ ଆହତ ହୋଇ ଥିବା ଖବର ମିଳିଛି।
ଖବରରୁ ପ୍ରକାଶ ଯେ ଆଜି ସୁରଙ୍ଗୀ ପଞ୍ଚାୟତର ବିଜେଡି ସମର୍ଥିତକର୍ମୀମାନେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାଇକ ଶୋଭାଯାତ୍ରା ଶେଷ କରି ପୂର୍ବରୁ ରୋଷେଇ ହୋଇଥିବା ଲୁହୁରୁଣୀ ବଟ ନିକଟରେ ରୁଣ୍ଡ ହୋଇ ଥିଲେ। ଏହି ସମୟରେ ମନ୍ଦରଡା ପଞ୍ଚାୟତର ବିଜେପି କର୍ମୀମାନେ ପଞ୍ଚାୟତ ବିଭିନ୍ନ ଗ୍ରାମରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାଇକ ଯୋଗ ବୁଲିବା ପରେ ଏହି ରାସ୍ତା ଦେଇ ଅନ୍ୟ ଗେ।ଟିଏ ଗ୍ରାମ ହରଡମରା ଯାଉଥିଲେ।

 

- Advertisement -

ଏହି ସମୟରେ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧରେ ଲୁହୁରୁଣୀ ବଟ ନିକଟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ଧାରଣ କରିଥିଲା। ଦୁଇ ଗେ।ଷ୍ଠୀର କିଛି ସମର୍ଥକ ମଧ୍ୟରେ ବୁଝାସୁଝା ଜାରି ରହିଥିବାବେଳେ ନିକଟରେଥିବା ପାହାଡ଼ରୁ ପଥର ମାଡ ହୋଇ ଥିଲା । ଏଥିରେ ଉଭୟ ଗୋଷ୍ଠୀର ୬ର ଅଧିକ କର୍ମୀ ଆହତ ହୋଇଥିଲେ। ଏପରିକି ମନ୍ଦରଡ଼ା ଗ୍ରାମର ଦୁଇଟି ବାଇକ ପୋଡି ଦିଆ ଯାଇଥିବା ଜଣା ଯାଇଛି। ଉଭୟ ଗୋଷ୍ଠୀ ଡାକ୍ତର ଖାନାକୁ ଯାଇ ଚିକିତ୍ସା ହୋଇଥିଲେ। ଆସନ୍ତା ୨୦ ତାରିଖରେ ଏହି ବ୍ଳକରେ ଭୋଟ ଗ୍ରହଣ ହେବ ବୋଲି ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories