www.samajalive.in
Tuesday, December 9, 2025
16.1 C
Bhubaneswar

ପିଙ୍ଗଳାକ୍ଷ ମହାବୀରଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ପିଙ୍ଗଳାକ୍ଷ ମହାବୀରଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ଯଜ୍ଞବେଦୀରେ ଅଙ୍କୁରାରୋପଣ ଓ ସର୍ବ ଦେବାଦେବୀ ଆବାହନ ଏବଂ ମହାବୀରଙ୍କ ଷୋଡ଼ଶ ଉପଚାର ପୂଜା ଓ ସର୍ବଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ପ୍ରସାଦ ସେବନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମର ବିଜୟ କୁମାର ନାୟକ, ଦାଶରଥୀ ଖୁଣ୍ଟିଆ, ପ୍ରଭାତ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ଟୁକୁନା ନାୟକ, ଉମେଶ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ପ୍ରଧାନ ଓ ନାରାୟଣ ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories