www.samajalive.in
Monday, December 8, 2025
24.1 C
Bhubaneswar

ଅଣ୍ଡା ଚପ୍‍

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
କଟା ଟମାଟୋ – ୨ଟି
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
କଞ୍ଚା ଲଙ୍କା – ୨ଟି
କଟା ପିଆଜ – ୨ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
କଳା ଲୁଣ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରି ଅଣ୍ଡାକୁ ସିଝାନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ବେସନ , ପାଣି, ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ, ଲୁଣ ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେସନ ମିଶ୍ରଣରେ ଅଣ୍ଡାକୁ ବୁଡ଼ାଇ ତେଲରେ ଛାଣନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଅଣ୍ଡାକୁ ଚାରି ଫାଳ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ କଟା ପିଆଜ ,କଞ୍ଚା ଲଙ୍କା, ଧନିଆ ପତ୍ର କଟା ଟମାଟୋ, ଗୋଲମରିଚ ଗୁଣ୍ଡ, ଅଳ୍ପ କଳା ଲୁଣକୁ ଏହି ଅଣ୍ଡା ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଚପ୍‍।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories