ହରଭଙ୍ଗା: ହରଭଙ୍ଗା ବ୍ଲକର ୮ନଂ ଜିଲ୍ଲାପରିଷଦ ଜୋନର ପୁରୁଣାକଟକ, ଚାରିଛକ ବଜାରରେ ଗୁରୁବାର ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ଙ୍କ ନେତୃତ୍ୱରେ ପୁରୁଣାକଟକ, ଚାରିଛକର ବିଜେଡି ମହିଳା/ପୁରୁଷକର୍ମୀ ଏକାଠି ହୋଇ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ତାରାମଣୀ ପ୍ରଧାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ପ୍ରାର୍ଥୀ ତାରାମଣୀଙ୍କ ସହିତ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ସହକାରୀ ପର୍ଯ୍ୟବେକ୍ଷକ ନିତ୍ୟାନନ୍ଦ ଭୋଇ, ତାରେଣୀ ମହାପାତ୍ର, ବସନ୍ତ ସ୍ୱାଇଁ, ଦେବରଞ୍ଜନ ବିଶି, ସୁଶାନ୍ତ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସଂଜୀବ ବାରିକ, ଦିଲ୍ଲିପ ସାହୁ, ସନ୍ତୋଷ ନାଗଙ୍କ ଭଳି ବହୁ ଦଳୀୟ କର୍ମୀ ସାମିଲ ଥିଲେ।
Popular Categories



