www.samajalive.in
Monday, December 8, 2025
24.1 C
Bhubaneswar

ବେଗୁନିଆ ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୮ ତାରିଖରେ  

ବେଗୁନିଆ : ବେଗୁନିଆ ବ୍ଲକରେ ସମୁଦାୟ ୩୩୨ଟି ଭୋଟ ଗ୍ରହଣ କେନ୍ଦ୍ରରେ ୧ ଲକ୍ଷ ୨୮ ହଜାର ୪୨ ଜଣ ଭୋଟର ଆସନ୍ତା ୧୮ତାରିଖ ଦିନ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସେମାନଙ୍କର ମତ ସାବ୍ୟସ୍ତ କରିବେ । ଉକ୍ତ ବ୍ଲକରେ ୧୫ ଟି ଭୋଟ ଗ୍ରହଣ କେନ୍ଦ୍ରକୁ ଉତେଜନାପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।ଆଜି ନିର୍ବାଚନ ପ୍ରଚାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।ଏଠାରେ ଅତି ଉତ୍ତେଜନାପ୍ରବଣ ବୁଥ ନଥିବାବେଳେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ କାର୍ଯ୍ୟ ଶେଷ ହେବ ବୋଲି ଭୋଟର ମାନେ ଆଶା ପ୍ରକାଶ କରିଛନ୍ତି । ଉକ୍ତ ବ୍ଲକରେଥିବା ବେଗୁନିଆ ଏବଂ ବାଘମାରୀ ଥାନା ପୁଲିସ ତରଫରୁ ଥାନା ଅଞ୍ଚଳରେ ପଇଁତରା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଏବଂ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଆଇନ ଶୃଙ୍ଖଳା ପ୍ରତି କଡା ନଜର ରଖିଥିବା ଜଣାପଡିଛି ।ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ୨୧ ଜଣ ସେକ୍ଟର ଅଫିସରଙ୍କୁ ସମସ୍ତ ବୁଥ ଦାୟିତ୍ୱ ଦିଆଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories