www.samajalive.in
Monday, December 8, 2025
14.1 C
Bhubaneswar

ହରଭଙ୍ଗା ପଂଚାୟତ ; ମଇଦାନରେ ୮ଜଣ ସରପଂଚ ପ୍ରାର୍ଥୀ

ହରଭଙ୍ଗା : ହରଭଙ୍ଗା ବ୍ଲକର ହରଭଙ୍ଗା ପଂଚାୟତ ଏକ ବହୁପୁରାତନ ପଂଚାୟତ। ଦେଶ ସ୍ୱାଧିନତା ପରେ ପରେ ୧୯୫୨ରେ ଏହି ପଂଚାୟତ ଗଠନ ହୋଇଥିଲା। ପଂଚାୟତ ଗଠନକୁ ୭୦ ବର୍ଷ ପୂରିସାରିଛି। ତଥାପି ପୁରୁଣା ପଂଚାୟତଭାବେ ଏହାର ଆଖିଦୃଶିଆ ବିକାଶ ଘଟିନାହିଁ। ମହାନଦୀ କୂଳରେ ୧୪ଟି ରାଜସ୍ୱ ଗ୍ରାମର ୧୫ଟି ଓାର୍ଡକୁ ନେଇ ଏହି ପଂଚାୟତ ଗଠିତ। ଏହି ପଂଚାୟତରେ ୧୮୬୩ ପରିବାରରେ ୭୫୩୦ ଜନସଂଖ୍ୟା ରହିଛି।
ସେଥିରୁ ଅନୁସୂଚିତଜାତି ବର୍ଗର-୨୫୦୩,ଅନୁସୂଚିତଜନଜାତି ବର୍ଗର-୩୨୧ ଏବଂ ଅନ୍ୟାନ୍ୟ ବର୍ଗର-୪୭୦୬ ରହିଛି। ଏହି ପଂଚାୟତରେ ୫୬୪୮ ଜଣ ଭୋଟର ରହିଛନ୍ତି। ପଂଚାୟତ ସମସ୍ୟା କଥାକୁ ସମୀକ୍ଷା କଲେ ବନ୍ୟା ପଂଚାୟତବାସୀଙ୍କ ଚିରସହଚର। ବନ୍ୟା ଯୋଗୁଁ ହରଭଙ୍ଗା ହାତପାହାନ୍ତାରୁ ୧୯୬୨ରେ ବ୍ଲକ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଗଲା। ଆସ୍ତେ ଆସ୍ତେ ସବୁ ସରକାରୀ ଅଫିସ ଏଠାରୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ହରଭଙ୍ଗା ଭଳି ଏକ ଐତିହାସିକ ସ୍ଥାନର ଗୁରୁତ୍ୱ ହ୍ରାସ ପାଇଛି। ପଂଚାୟତବାସୀଙ୍କ ପାଇଁ ମହାନଦୀରେ ରିଙ୍ଗ ବନ୍ଧ ନିର୍ମାଣ ଜରୁରୀ ରହିଛି। ହରଭଙ୍ଗା ଭଳି ସ୍ଥାନରେ ବସଷ୍ଟାଣ୍ଡ ,ଶିଶୁ ଉଦ୍ୟାନ,ବାଳିକା ହାଇସ୍କୁଲଟିଏ ନାହିଁ। ବଜାର ଉପକଣ୍ଠରେ ଏକ ଡାକବଙ୍ଗଳା ରହିଥିଲେ ମଧ୍ୟ ତାହା ଏବେ ଭୁତକୋଠି ପାଲଟିଛି। କେଉଁ ପୁରାତନ ସମୟରୁ ଏଠାରେ ସାପ୍ତାହିକ ହାଟ ଚାଲୁଥିଲେ ମଧ୍ୟ ବ୍ୟବସାୟୀଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ।
ବନ୍ୟା ସମୟରେ ବନ୍ୟା ରାସ୍ତା ଉପରେ ଲୋକେ ନିର୍ଭର କରୁଥିବାବେଳେ ଏହି ରାସ୍ତାର ଶୋଚନୀୟ ଅବସ୍ଥା ନକହିବା ଭଲ। ଦୀର୍ଘ ୨୦ବର୍ଷ ତଳେ ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ମେଡିକାଲ ସାହି,ହାଇସ୍କୁଲ କୋଲନୀ ଲୋକେ ପିଇବା ପାଣିରୁ ବଞ୍ଚିତ । ଉନ୍ନୟନ କାର୍ଯ୍ୟ ନାଁରେ ବନ୍ଧ,ପୋଖରୀ ଖୋଳାଯାଉଥିଲେ ମଧ୍ୟ ଏହା ଲୋକଙ୍କ କାମରେ ଆସୁନାହିଁ। ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ସବୁ ଗାଁରେ ନାହିଁ। ବର୍ଷାଦିନେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବ୍ୟାଙ୍କ,ଟେଲିଫୋନ ଏକ୍ସଚେଞ ସହିତ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଥାଏ। କେଉଁ ପୁରାତନ ସମୟରୁ ଶିବ,ଜଗନ୍ନାଥ ଭଳି ପୁରାତନ ମନ୍ଦିର ରହିଥିଲେ ମଧ୍ୟ ଏହାର ଉନ୍ନତିକରଣ କଥା ଚିନ୍ତାକରାଯାଏ ନାହିଁ। ପିଲାଙ୍କ ପାଖରେ ବିଭିନ୍ନ କ୍ରୀଡା ପ୍ରତିଭା ରହିଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ଖେଳପଡିଆଟିଏ ନାହିଁ। ଗତ ପାଂଚ ବର୍ଷର ବିକାଶ କଥାକୁ ଚିନ୍ତାକଲେ ହରଭଙ୍ଗା ପଂଚାୟତରେ ସେଭଳି ଆଖିଦୃଶିଆ ବିକାଶ ଘଟିନାହିଁ। ଏଥର ସରପଂଚ ଆସନ ଅନୁସୂଚିତଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ପାଇଁ ଶକୁନ୍ତଳା ବେହେରା,ସାରଦା ନାଏକ,ସୌଦାମିନୀ ମାଝୀ,ରମ୍ଭା କଲତା,ମିନି କୁମ୍ଭାର,ବିଜୁଳି ନାଏକ,ପ୍ରତିମା ମଞ୍ଜରୀ ନାୟକ,ପଙ୍କଜିନୀ ମାଝୀ ଭଳି ୮ଜଣ ସରପଂଚ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲେଇଛନ୍ତି। ସମସ୍ତେ ପଂଚାୟତର ଐତିହ୍ୟ ଗାରିମା ସହିତ ସର୍ବାଙ୍ଗୀନ ଉନ୍ନତି ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଏଥର ଭୋଟର କେଉଁ ଭଳି ପ୍ରାର୍ଥୀକୁ ଚୟନ କରୁଛନ୍ତି ତାକୁ ନେଇ ହରଭଙ୍ଗା ପଂଚାୟତରେ ରାଜନୈତିକ ଅଙ୍କକଷା ଜୋରଧରିଛି।

ଭୋଟରଙ୍କ ମତାମତ———
ସଞ୍ଜିତ କୁମାର ସାହୁ (ପୂର୍ବତନ ଓାର୍ଡସଭ୍ୟ)-୭୦ ବର୍ଷର ପୁରୁଣା ପଂଚାୟତ ହିସାବରେ ଯେତିକି ଉନ୍ନତି ହେବା କଥା ତାହା ହୋଇନାହିଁ। ରିଙ୍ଗ ବନ୍ଧ,ରାସ୍ତା,ଘାଟ,କେନାଲ,ପିଇବା ପାଣି,ଷ୍ଟ୍ରିଟ ଲାଇଟ ,ମନ୍ଦିର ଉନ୍ନତିକରଣ ହୋଇପାରିନାହିଁ। ସାପ୍ତାହିକ ହାଟ ରହିଥିଲେ ମଧ୍ୟ ଏହାର ସ୍ଥାୟୀଘର ଖଣ୍ଡିଏ ନାହିଁ। ଶିଶୁ ଉଦ୍ୟାନ,ମାର୍କେଟ କମ୍ଲେକ୍ସ,ବାଳିକା ହାଇସ୍କୁଲ ମଧ୍ୟ ନାହିଁ।ପିଲାଙ୍କ ଖେଳିବା ପାଇଁ ଭଲ ପଡିଆ ଖଣ୍ଡିଏ ନାହିଁ।୫ ବର୍ଷରେ ପଂଚାୟତର ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ।ପଂଚାୟତର ସାମୁହିକ ବିକାଶ ପାଇଁ ସାମର୍ଥ୍ୟ ଥିବା ଜଣେ ପ୍ରାର୍ଥୀ ନିର୍ବାଚିତ ହେଲେ ଯାଇ ପଂଚାୟତର ଉନ୍ନତି ହୋଇପାରିବ।

ବାଛାନିଧି ବିଶି -ପଂଚାୟତ ସଦରମହକୁମାରେ ରହିଥିବା ଓାର୍ଡବାସୀ ୫ବର୍ଷରେ ଭଲ ରାସ୍ତା ଖଣ୍ଡିଏ ଦେଖିପାରିଲେ ନାହିଁ। ବନ୍ୟା ରାସ୍ତାର ଅବସ୍ଥା ମଧ୍ୟ ସୁଧୁରିଲାନାହିଁ। ଏବେ ରାଜନୀତି ବ୍ୟବସାୟିକ ନୀତିରେ ପରିଣତ ହୋଇଛି। ଏତେ ପୁରୁଣା ପଂଚାୟତରେ କିଛି ନୂଆ ଝଲକ ଆମେ ଦେଖିପାରୁନାହିଁ। ଏଥର ବେପାରୀ ନୁହେଁ ଜଣେ ପଂଚାୟତବାସୀଙ୍କ ଉପକାରୀ ପ୍ରାର୍ଥୀଙ୍କୁ ଆମେ ଭୋଟ ଦେବୁ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories