www.samajalive.in
Wednesday, December 10, 2025
26.1 C
Bhubaneswar

ରାଜନୈତିକ ପରିବାରର ଦୁଇ କୁଳବଧୂ ପ୍ରାର୍ଥିନୀ, ପ୍ରତିଦ୍ୱନ୍ଦିତାକୁ ନେଇ ମଇଦାନ ସରଗରମ

ବଡ଼ମ୍ବା: ଚଳିତ ପଞ୍ଚାୟତ ନିର୍ବାଚନରେ ନିଜିଗଡ଼଼ ବଡ଼ମ୍ବା ପଞ୍ଚାୟତରେ ସରପଞ୍ଚ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ପ୍ରାୟ ୨୨ବର୍ଷ ପରେ ଏହି ପଞ୍ଚାୟତ ଦେଖିବ ଅନ୍ୟଜଣେ ମହିଳା ସରପଞ୍ଚ। ପୂର୍ବରୁ କଂଗ୍ରେସ ନେତ୍ରୀ ଲକ୍ଷ୍ମୀ ଦେବୀ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ପଞ୍ଚାୟତର ସରପଞ୍ଚ ରହିଥିଲେ। ଏଥର ନିର୍ବାଚନରେ ସରପଞ୍ଚ ପଦବୀ ନିମନ୍ତେ ଦୁଇଜଣ ପ୍ରାର୍ଥିନୀ ଅଛନ୍ତି। କିରଣପ୍ରଭା ପଟ୍ଟନାୟକ ଏବଂ ମଧୂସ୍ମିତା ମହାନ୍ତି। ଉଭୟ ପ୍ରାର୍ଥିନୀ ବଡ଼ମ୍ବାର ଦୁଇ ପ୍ରମୁଖ ରାଜନୈତିକ ପରିବାରର କୁଳବଧୂ ଅଟନ୍ତି। ସୁତରାଂ ପ୍ରତିଦ୍ୱନ୍ଦିତାକୁ ନେଇ ଏବେ ନିର୍ବାଚନ ମଇଦାନ ସରଗରମ ହୋଇଉଠିଛି।

ଶ୍ରୀମତୀ କିରଣପ୍ରଭା ବିଜେଡି ଦଳ ସମର୍ଥିତ ପ୍ରାର୍ଥିନୀ ହୋଇଥିବା ବେଳେ ସେ ଏହି ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ଅଞ୍ଚଳର ସୁନାମଧନ୍ୟ ଆଇନଜୀବୀ ସ୍ୱର୍ଗତ ପ୍ରଶାନ୍ତକୁମାର ପଟ୍ଟନାୟକଙ୍କ ପୁତ୍ରବଧୂ ଅଟନ୍ତି। ତାଙ୍କ ସ୍ୱାମି ସରୋଜକୁମାର ପଟ୍ଟନାୟକ ବିଜେଡିର ଜିଲା ଉପସଭାପତି ହୋଇଥିବା ବେଳେ ଛାତ୍ର ଜୀବନରୁ ସ୍ୱର୍ଗତ ବିଜୁବାବୁଙ୍କ ଅନୁଗାମୀ ଏବଂ ବ୍ଲକ ବିଜେଡି କମିଟିର ଅଧୁନା ଜଣେ ଆଗଧାଡ଼ିର ରାଜନେତା ଅଟନ୍ତି। ସେହିଭଳି କିରଣପ୍ରଭାଙ୍କ ପ୍ରତିଦ୍ୱନ୍ଦି ରହିଥିବା ମଧୁସ୍ମିତା ମହାନ୍ତି ବଡ଼ମ୍ବାର ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରତାପଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ରବଧୂ ଅଟନ୍ତି। ମଧୁସ୍ମିତାଙ୍କ ପରିବାର ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ରାଜନୀତିରେ ସକ୍ରିୟ। ଦେଢଶୁର ଅମୀୟ ପଟ୍ଟନାୟକ ବ୍ଲକ କଂଗ୍ରେସ ସଭାପତି ହୋଇଥିବା ବେଳେ ସ୍ୱାମି ଚିନ୍ମୟ ପଟ୍ଟନାୟକଙ୍କର ଯୁବକଂଗ୍ରେସ ନେତୃତ୍ୱ ନେବା ଅଭିଜ୍ଞତା ରହିବାସହ ଜଣେ ସାମାଜିକ କର୍ମୀ ଭାବେ ଅଞ୍ଚଳରେ ବେଶ୍‍ ଜଣାଶୁଣା। ଯଦିଓ ପାରମ୍ପରିକ ଅଣ ବିଜେଡି ଭୋଟ ଉପରେ ମଧୁସ୍ମିତାଙ୍କର ଏବଂ ବିଜେଡି ଭୋଟ ଉପରେ କିରଣବାଳାଙ୍କ ଆସ୍ଥା ରହିଛି,ତେବେ ନିଜ ପରିବାର ପରିଚୟ ଏବଂ ସ୍ୱାମିଙ୍କର ଜନସେବାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ ପ୍ରାର୍ଥିନୀ ରଣକୌଶଳ ଆପଣାଇଥିବା ଲକ୍ଷ କରାଯାଇଛି। ଉଲ୍ଲେଖଥାଉକି ଏହି ସମ୍ମାନଜନକ ସରପଞ୍ଚ ଆସନଟି ବଡ଼ମ୍ବା ସହରକୁ ପ୍ରତିନିଧିତ୍ୱ କରେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories