www.samajalive.in
Tuesday, December 9, 2025
15.1 C
Bhubaneswar

ବଡ଼ମ୍ବା ବ୍ଲକରେ ନିର୍ବାଚନ ପରିଚାଳନା ଅନୁଧ୍ୟାନ କଲେ ଜିଲାପାଳ

ବଡ଼ମ୍ବା: ବଡ଼ମ୍ବା ବ୍ଲକରେ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ବ୍ଲକ କାର୍ଯ୍ୟାଳୟ ଅର୍ଥାତ୍‍ ନିର୍ବାଚନ ନିୟନ୍ତ୍ରଣ କକ୍ଷରେ ସମସ୍ତ ପରିଚାଳନା ଏବଂ ପ୍ରସ୍ତୁତିକୁ ଚୁଡ଼ାନ୍ତ ରୁପରେଖ ଦିଆଯାଇଛି। ବ୍ଲକ ଅନ୍ତର୍ଗତ ୩ଟି ଜିଲାପରିଷଦ ଜୋନ୍‍ ଏବଂ ୩୮ଟି ପଞ୍ଚାୟତରେ ନିର୍ବାଚନ ହେବ। କିଭଳି ଶାନ୍ତିଶୃଖଂଳାର ସହିତ ନିରପେକ୍ଷ ଏବଂ ଅବାଧ ନିର୍ବାଚନ ଅନୁଷ୍ଠିତ ହେବ ସେନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ ସମସ୍ତ ଦିଗରୁ ଏହାର ସୁପରିଚାଳନା ନେଇ ପଦକ୍ଷେପ ନେଇଛନ୍ତି। ତେବେ ଚୁଡ଼ାନ୍ତ ପ୍ରସ୍ତୁତି କିଭଳି ହୋଇଛି ଏହାର ଅନୁଧ୍ୟାନ ଜିଲାପାଳ ଭବାନୀଶଙ୍କର ଚୟିନୀ କରିଛନ୍ତି।

ମଙ୍ଗଳବାର ଜିଲାପାଳ ଶ୍ରୀ ଚୟିନୀ ବଡ଼ମ୍ବା ଗସ୍ତରେ ଆସି ବ୍ଲକ ପରିସର ବୁଲି ଦେଖିବା ସହ ନିୟନ୍ତ୍ରଣ କକ୍ଷ, ଭୋଟବାକ୍ସ ରହିବା ଷ୍ଟ୍ରଙ୍ଗ ରୁମ ଆଦି ବୁଲିଦେଖିବା ସହ ସ୍ଥାନୀୟ ବିଡିଓ ଶ୍ରୀ ଆଚାର୍ଯ୍ୟ ଏବଂ ତହସିଲଦାର ତପନକୁମାର ପରିଡ଼ାଙ୍କସହ ସବିଶେଷ ଆଲୋଚନା କରିଥିଲେ। ସୂଚନାଥାଉକି ଚଳିତ ନିର୍ବାଚନରେ ଏହି ବ୍ଲକରେ ୪୯୦ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୩ଟି ସମ୍ବେଦନଶୀଳ ରହିଥିବା ଆକଳନ କରାଯାଇଛି। ମତଦାନ କେନ୍ଦ୍ର ଜବରଦଖଲ କରିବା ଏବଂ ଆଇନଶୃଖଂଳା ପରିସ୍ଥିତି ଉପୁଜିଲେ ତାହାକୁ ଦୃଢହସ୍ତରେ ଦମନ କରାଯିବ ବୋଲି ପ୍ରଶାସନ ତରଫରୁ ସତର୍କ କରାଯାଇଛି। ତେବେ ବୁଧବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେଉଥିବା ବେଳେ ଆଜି ମୁଖ୍ୟ ସଡ଼କପଥର ଉଭୟ ପାର୍ଶ୍ବରୁ ପ୍ରର୍ଥୀମାନଙ୍କର ସମସ୍ତ ପ୍ରଚାର ହୋଡ଼ିଂ ଏବଂ ଫ୍ଲେକ୍ସକୁ ପ୍ରଶାସନ ହଟେଇ ଦେଇଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories