www.samajalive.in
Thursday, December 11, 2025
26.1 C
Bhubaneswar

ଲାଲବାହିନୀର ତାଣ୍ଡବ -ସୂଚନାଦାତା ସନ୍ଦେହରେ ଗଳାକାଟି ହତ୍ୟା

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ପଞ୍ଚାୟତ ଅଞ୍ଚଳରେ ମାଓବାଦୀମାନେ ପୁଣି ଥରେ ତାଣ୍ଡବ ରଚିଛନ୍ତି। ପୁଲିସ ସୂଚନାଦାତା ସନ୍ଦେହରେ ଜଣେ ଯୁବକଙ୍କୁ ସଶସ୍ତ୍ର ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି। ଗୁମୁ ଗ୍ରାମରେ ଏଭଳି ନୃଶଂସ କାରନାମା ଘଟିଛି। ସୋମବାର ବିଳମ୍ବିତ ରାତିରେ ୩୦ ରୁ ୪୦ଜଣ ସଶସ୍ତ୍ର ମାଓବାଦୀ ଭଣ୍ଡରଙ୍ଗି ପଞ୍ଚାୟତର ଗୁମୁ ଗ୍ରାମରେ ପହଞ୍ଚିଥିଲେ। ପୁଲିସ ସୂଚନାଦାତା ସନ୍ଦେହରେ ଅଖିଳ ମାଝି ନାମକ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଗଁା ଭିତ​‌େ​‌ର ତନ୍ନତନ୍ନ କରି ଖୋଜିଥିଲେ। ଅଖିଳଙ୍କୁ ପାଇବା ପରେ ସଶସ୍ତ୍ର ମାଓବାଦୀମାନେ ଗୁମୁ ଗାଁ ଭିତରେ ହିଁ ଗ୍ରାମବାସୀଙ୍କ ଉପସ୍ଥିତିରେ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ଏହାପରେ ମାଓବାଦୀମାନେ ଗୁମୁ ଗ୍ରାମଠାରୁ ଗୋଚ୍ଛାଗୁଡା ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତାରେ ଭୋଟ ବର୍ଜନ ଓ ଚେତାବନୀ ସର୍ମ୍ପକିତ ଏକାଧିକ ପୋଷ୍ଟର ଓ ବ୍ୟାନର ବିଛେଇ ଚାଲି ଯାଇଥିଲେ।

ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିଛା ଯାଇଥିବା ସନ୍ଦେହ କରି ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳକୁ କୌଣସି ସୁରକ୍ଷା ବଳ ବା ପୁଲିସ ପ୍ରଶାସନ ପହଞ୍ଚିନଥିବା ଜଣାପଡିଛି। ଘଟଣା ପରଠାରୁ ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି। ଗଁାକୁ କିଏ ଯାଉ ନାହଁାନ୍ତି କି ଗଁା ଭିତରୁ ବାହାରକୁ କେହି ଆସୁ ନାହଁାନ୍ତି। ଘଟଣା ପ୍ରଘଟ ହେବାରେ ସମଗ୍ର ପଞ୍ଚାୟତବାସୀ ତାଟିକବାଟ ପକାଇ ଘର ଭିତରେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଉ ମାତ୍ର ଦୁଇଦିନ ପରେ ତୁମୁଡ଼ିବନ୍ଧ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏତିକି ବେଳେ ମାଓବାଦୀଙ୍କ ଏଭଳି ବର୍ବର କାରନାମା ଭଣ୍ଡରଙ୍ଗି ପଞ୍ଚାୟତରେ ହିଂସାମୁକ୍ତ ନିର୍ବାଚନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଗ୍ରାମରେ ରହିଥିବା ତିନୋଟି ମତଦାନ କେନ୍ଦ୍ରକୁ ସୁରକ୍ଷା ଦୃଷ୍ଟିକୋଣରୁ ଭଣ୍ଡରଙ୍ଗି ଗ୍ରାମକୁ ସ୍ଥାନାନ୍ତର କରିଛନ୍ତି।
୨୦୨୧ ମସିହା ଜାନୁଆରୀ ମାସ ୨୯ ତାରିଖରେ ବାଶଧାରା-ଘୁମୁସର-ନାଗାବଳୀ ଡିଭିଜନର ୨୫ ରୁ ୩୦ଜଣ ସଶସ୍ତ୍ର ମାଓବାଦୀ ପୁଲିସ ସୂଚନାଦାତା ସନ୍ଦେହରେ ଦୁଇ ଯୁବକ ଭଣ୍ଡରଙ୍ଗି ପଞ୍ଚାୟତ ସରପଞ୍ଚଙ୍କ ପୁଅ ଭବାନୀଶଙ୍କର ପାତ୍ର ଓ ଗୋଚ୍ଛାଗୁଡା ଗ୍ରାମର ହେମନ୍ତ ପାତ୍ରଙ୍କୁ ଗାଁ ଭିତରେ ନିର୍ମମ ଭାବେ ହତ୍ୟା କରିଥିଲେ। ଗୁମୁ ଓ ସିର୍କି ଗ୍ରାମର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀଙ୍କୁ ଉଠାଇ ନେଇ ୪୮ ଘଣ୍ଟା ପରେ ପଚରାଉଚରା କରି ଛାଡି ଦେଇଥିଲେ। ଏହା ପରଠାରୁ ମାଓ ଚେତାବନୀ ପାଇ ସରପଞ୍ଚ ଦ୍ରୌପଦି ପାତ୍ର ଏବଂ ତାଙ୍କ ପରିବାର ବର୍ତ୍ତମାନ ସୁଦ୍ଧା ଆତ୍ମଗୋପନ କରି କେଉଁଆଡେ ଚାଲି ଯାଇଛନ୍ତି। ବର୍ଷେ ହେଲା ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲା ଯାଇନି।

- Advertisement -

ଗତକାଲି ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଖିଳ ମାଝୀଙ୍କ ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ ସେହି ସ୍ଥାନରେ ପଡି ରହିଛି। ଘଟଣାସ୍ଥଳକୁ ଭୟରେ କୌଣସି ସୁରକ୍ଷା ବଳ ବା ପୁଲିସ ପଦାଧିକାରୀଙ୍କ ପାଦ ପଡିନି। ଫଳରେ ଏହି ପଞ୍ଚାୟତବାସୀ ଅଧିକ ଭୟଭୀତ ହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ଏହି ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ସମ୍ପନ୍ନ ହେବ ତାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

 

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories