www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରତ୍ୟକ୍ଷ ମେୟର ନିର୍ବାଚନ

ଏଣିକି ପୌର ନିଗମର ମେୟର, ପୌରପାଳିକା ଓ ପୌରପରିଷଦର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ଏଥିପାଇଁ ବିଧାନସଭାରେ ସଂଶୋଧନ ବିଲ୍ ଗୃହୀତ ହୋଇଛି। ୨୦୦୩ ପୂର୍ବରୁ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ସରକାର ସେ ବ୍ୟବସ୍ଥାର ଉଚ୍ଛେଦ କରି ପରୋକ୍ଷ ନିର୍ବାଚନରେ ବ୍ୟବସ୍ଥା କରିଥିଲେ। ଏବେ ତାହାକୁ ବଦଳାଇ ପୁନର୍ବାର ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା କରିବାର ଅର୍ଥ ଓ ଉଦ୍ଦେଶ୍ୟ କ’ଣ ହୋଇପାରେ? ଏହି ପଦ ପାଇଁ ପରୋକ୍ଷ ନିର୍ବାଚନ କରାଇ ନଗରନିଗମ ଓ ପୌରାଞ୍ଚଳଗୁଡ଼ିକୁ ସଂଖ୍ୟାଗରିଷ୍ଠ ଦଳର ହାତମୁଠାରେ ରଖିବାର ପ୍ରୟାସ କରାଯାଇଥିଲା। ଫଳରେ ମେୟର ବା ପୌରାଧ୍ୟକ୍ଷ ଶାସକଦଳର ସଖିକଣ୍ଢେଇ ସାଜୁଥିଲେ ଏବଂ ସେମାନଙ୍କୁ ସ୍ବାଧୀନଭାବେ କାମ କରିବାର ସୁଯୋଗ ମିଳୁନଥିଲା। ଏହାଛଡ଼ା ଏଥିରେ ବିଧାୟକମାନେ ଦଳୀୟ ଓ ନିଜସ୍ବ ପ୍ରଭାବ ଜାହିର କରି ପରୋକ୍ଷରେ ସର୍ବେସର୍ବା ସାଜୁଥିଲେ। ପ୍ରକୃତରେ ଏହା ମେୟର ଓ ପୌରାଧ୍ୟକ୍ଷମାନଙ୍କ ପଦର ଗରିମା ଏବଂ ପ୍ରତିଷ୍ଠାକୁ ନ୍ୟୂନ କରୁଥିଲା। ଆହୁରି ମଧ୍ୟ ଝୁଲା ସଦନରେ ଘୋଡ଼ାବେପାର ପାଇଁ ବସ୍ତୁତଃ ଏକ ଲାଇସେନ୍ସ ମିଳିଯାଇଥିଲା ଯାହା ପ୍ରତିନିଧିମୂଳକ ବ୍ୟବସ୍ଥାକୁ ଉପହାସ କରୁଥିଲା। ଅସଲ ବାସ୍ତବତାଟି ସରକାର ବୁଝିବାପରେ ଏ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏକ ସାଧୁ ଉଦ୍ୟମ।
ପୌର ସଂସ୍ଥା ଓ ନିଗମସବୁ ଯେଉଁ ଉଦ୍ଦେଶ୍ୟରେ ଗଠିତ ତାହାର ଦର୍ଶନ ବେଶ ମହତ୍‌। ଆଜିକାଲି ଦେଶର ଅଧିକାଂଶ ସହର ଓ ନଗରାଞ୍ଚଳ ଜନାକୀର୍ଣ୍ଣ ହେବାସହ ମୌଳିକ ନାଗରିକ ସେବା ବିପନ୍ନ। ସେଥିପାଇଁ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ, ଲୋକଙ୍କର ଶାସନର ବ୍ୟବସ୍ଥା କରାଯାଇଛି ଯେଉଁଠି ନିଜନିଜ ଅଞ୍ଚଳର ମୌଳିକ ସମସ୍ୟା ଉପସ୍ଥାପନସହ ସେସବୁର ସମାଧାନ ପାଇଁ ବ୍ୟବସ୍ଥା ରହିଛି। ଏଭଳି ସ୍ଥିତିରେ ଏସବୁ ସଂସ୍ଥାର ମୁଖ୍ୟଚାଳକ ଯଦି ସିଧାସଳଖ ନିର୍ବାଚିତ ନ’ହୋଇ ଅସଲ କ୍ଷମତାର ଅଧିକାରୀ ନ’ହେବେ, ତେବେ ଯୋଜନାର ରୂପାୟଣ ଓ ବିକାଶକାର୍ଯ୍ୟ ସହଜରେ ହୋଇପାରିବ ନାହିଁ। ଏ ପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା ମେୟର ଓ ପୌରାଧ୍ୟକ୍ଷଙ୍କର ଉତ୍ତରଦାୟିତ୍ବ ବଢ଼ିବ, ଯୋଗ୍ୟ ଓ ନିର୍ଦଳୀୟ ପ୍ରାର୍ଥୀ ଅଧିକରୁ ଅଧିକ ସଂଖ୍ୟାରେ ନିର୍ବାଚନ ପ୍ରତି ଆଗ୍ରହୀ ହେବେ।
ଚାପମୁକ୍ତ ଭାବେ ସ୍ବାଧୀନ ନିଷ୍ପତ୍ତି ନେବାର ଅଧିକାର ମିଳିବାକୁ ଥିବାରୁ ନିର୍ଦଳୀୟ ଭାବେ ଅନେକ ସମାଜସେବୀ ଓ ଦଳୀୟ ରାଜନୀତିକୁ ପସନ୍ଦ କରୁନଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ମେୟରପଦ ପାଇଁ ଲଢ଼ିବାକୁ ପସନ୍ଦ କରିବେ।
ଉଦ୍ୟମଟି ଭଲ ଦେଖାଯାଉଛି; କିନ୍ତୁ ସଂପୃକ୍ତ ମେୟର ଓ ପୌରାଧ୍ୟକ୍ଷଙ୍କୁ ନିର୍ଦିଷ୍ଟ ସମୟ ପାଇଁ କାର୍ଯ୍ୟ କରିବାର କ୍ଷମତା ଦେବା ସୁନିଶ୍ଚିତ ହେଉ ଏବଂ ରାଜନୈତିକ କାରଣରୁ ଅଧ୍ୟାଦେଶ ଜାରି କରି ମନଇଚ୍ଛା ଏସବୁ ପରିଷଦକୁ ଅକାଳରେ ଭାଙ୍ଗିଦେବାର ସୁଯୋଗ ନମିଳୁ। ସବୁ ବ୍ୟବସ୍ଥାରେ ଭଲମନ୍ଦ ଦିଗଥାଏ। ମନ୍ଦ ଦିଗ ଅପେକ୍ଷା ଏହାର ଉଜ୍ବଳପାର୍ଶ୍ବକୁ ଆମେ କେମିତି ଦେଖିବା ଓ ତାହାର ଲାଭ ଉଠାଇବା ତାହା ଆମ ଉପରେ ନିର୍ଭରକରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories