www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ଶପଥ ନେବେ ୩ ନୂଆ ବିଚାରପତି

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତିନି ଜଣ ନୂଆ ବିଚାରପତି ସୋମବାର ଶପଥ ନେବେ ା ବରିଷ୍ଠ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣ ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୯ଟାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ ା ଉଚ୍ଚ ନ୍ୟାୟାଳୟର ନୂତନ କୋଠାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏହି ତିନି ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ଶପଥ ଗ୍ରହଣ କରାଇବେ ା ଏହି ଉତ୍ସବରେ ଉଚ୍ଚ ନ୍ୟାୟାଳୟର ବିଚାରପତିବୃନ୍ଦ, ବରିଷ୍ଠ ଆଇନଜୀବୀ ଓ ଆଇନଜୀବୀଙ୍କ ସମେତ କେତେଜଣ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେବେ ା ରାଜ୍ୟ ଗୃହବିଭାଗ ପ୍ରମୁଖ ଶାସନ ସଚିବ ଓ ଉଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରାର ଜେନେରାଲ ଉତ୍ସବରେ ଉପସ୍ଥିତ ରହିବେ। କୋଭିଡ୍ କଟକଣା ମଧ୍ୟରେ ସୀମିତ ଉଚ୍ଚ ନ୍ୟାୟାଳୟ ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀଙ୍କୁ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ମିଳିଛି ା ସୂଚନାଯୋଗ୍ୟ ଯେ, ତିନିଜଣ ବରିଷ୍ଠ ଆଇନଜୀବୀଙ୍କ ବିଚାରପତି ଭାବେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଗୁରୁବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ଆଇନଜୀବୀ ଭି.ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ ସୁପାରିସ କରିଥିଲେ। ଏହି ନିଯୁକ୍ତି ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories