www.samajalive.in
Monday, December 8, 2025
24.1 C
Bhubaneswar

ଫୁଲବାଣୀରେ ୭ଡିଗ୍ରୀ ପାରଦ-ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ

ଶୁକୃଳି(ନି.ପ୍ର)/ଭୁବନେଶ୍ବର, (ନି.ପ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସୁଛି। ଆଜି ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଜି.ଉଦୟଗିରିରେ ପାରଦ ୭.୫ ଡିଗ୍ରୀ ରହିଛି। କନ୍ଧମାଳ ଜିଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସୋନପୁର ଏବଂ ଝାରସୁଗୁଡାରେ ପାରଦ ୯ ଡିଗ୍ରୀ, ବଲାଙ୍ଗୀରରେ ୧୦.୫ ଡିଗ୍ରୀ, ଭବାନୀପାଟଣାରେ ୯.୪ ଡିଗ୍ରୀ, କେନ୍ଦୁଝରରେ ୧୦ ଡିଗ୍ରୀ, ଅନୁଗୋଳରେ ୧୦.୬ ଡିଗ୍ରୀ, ଭୁବନେଶ୍ବରରେ ୧୩.୪ ଡିଗ୍ରୀ ଏବଂ କଟକରେ ୧୩.୬ ଡିଗ୍ରୀ ରେକର୍ଡ ହୋଇଛି। ପ୍ରାୟ ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ପଶ୍ଚିମା ଝଡ ପ୍ରଭାବରେ ବୁଧବାର ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ମୟୂରଭଞ୍ଜ ଜିଲାରେ ଦୁଇଦିନ ହେଲାଣି ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଶୀତ ଯୋଗୁ ସକାଳ ଓ ସନ୍ଧ୍ୟା ସମୟରେ ଜନଶୂନ୍ୟ ହୋଇପଡୁଛି ବଜାର ଓ ସହର। ସକାଳେ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି। ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ବସି ରହୁଛନ୍ତି। ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ହୋଇଥିଲା। ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକ ସକାଳୁ ଗାଡ଼ି ଚଳାଇବା କଷ୍ଟକର ହୋଇପଡିଥିଲା। ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଉପର ବାରାହାକାମୁଡ଼ା, ଦେବସ୍ଥଳୀ, ଜେନାବିଲରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଶିମିଳିପାଳ ଅଭୟାରଣ୍ୟରେ ଥିବା ଉପର ବାରାହାକାମୁଡ଼ାରେ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ନଅଣାରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଶିମିଳିପାଳରେ ରହୁଥିବା ବନବିଭାଗ କର୍ମଚାରୀଙ୍କ ଦ୍ବାରା ପ୍ରତ୍ୟେକ ଦିନ ସକାଳ ୬ଟା ରେ ତାପମାତ୍ରା ରେକର୍ଡ କରାଯାଇଥାଏ। ଦୁଇବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଉତ୍ତର ଶିମିଳିପାଳର ଏସିଏଫ ପ୍ରଦୀପ ଦେ କହିଛନ୍ତି ଯେତେ ଥଣ୍ଡା ହେଲେବି ଆମ ବିଭାଗର କର୍ମଚାରୀ କେବେ କର୍ତ୍ତବ୍ୟ ସମ୍ପାଦନରେ ହେଳା କରୁନାହାନ୍ତି। ଥଣ୍ଡା ପାଇଁ କର୍ମଚାରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଶୀତର ପ୍ରଭାବ ବଢିବ। ତେବେ କୁହୁଡି ସାଙ୍ଗକୁ ଶିମିଳିପାଳରେ ଶୀତକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories