www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ – ସମୀର ମହାନ୍ତି

ଭୂବନେଶ୍ୱର:ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ବିଜୁଳି ଖୁଣ୍ଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ। ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ଉପରେ ପାଣି ଜମା ରହୁଛି। ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ଗ୍ରାମାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟର ଗ୍ରାମାଂଚଳର ତ୍ୱରାନ୍ୱିତ ବିକାଶ ଓ ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ କରାଯିବାର ମୂଳ ଉଦ୍ଦେଶ୍ୟରଖି ମୋଦୀ ସରକାର ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଜରିଆରେ ପଂଚାୟତକୁ ସିଧାସଳଖ ଟଙ୍କା ଦେଲେ। ଜନସଂଖ୍ୟା ଆଧାରରେ ୨୦୧୪ ମସିହାରୁ ପ୍ରତି ବର୍ଷ ପଂଚାୟତକୁ ୪୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦିଆଗଲା।ମାତ୍ର ଦୁର୍ଭାଗ୍ୟର ବିଷୟ, ବର୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିକାଶ ପହଂଚି ପାରିନାହିଁ। “ଇ-ଗ୍ରାମ ସ୍ୱରାଜ” ପୋର୍ଟାଲରେ କେନ୍ଦ୍ରୀୟ ଅନୁଦାନର ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଗ୍ରାମାଂଚଳବାସୀ ନିଜ ନିଜ ଅଂଚଳର ଉଭୟ ବିକାଶ ଓ ଦୁର୍ନିତୀ ସଂପର୍କରେ ଅବଗତ ହୋଇପାରିବେ। ପଲ୍ଲୀସଭା ଓ ଗ୍ରାମସଭାକୁ ପ୍ରାୟ ବନ୍ଦ କରି ରଖାଯାଇଛି। ଶାସକ ବିଜେଡିର ସ୍ଥାନୀୟ ଜନପ୍ରତିନିଧିଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ ମନୋଭାବ କାରଣରୁ ରାଜ୍ୟର ଗ୍ରାମାଂଚଳରେ ସଠିକ ବିକାଶ ହୋଇପାରିଲା ନାହିଁ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ଜିଲା ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୮ ଓ ୧୯ ନମ୍ବର ଜୋନର ବାଲିଝରୀ, ବାସଳିହତା, କାନପୁର, ମୁଖାପଡା, ସାଗର, ବନ୍ଧପଡା ଆଦି ବିଭିନ୍ନ ଗ୍ରାମ ଗସ୍ତ କରି ଦଳୀୟ ପ୍ରାର୍ଥୀ ଚିନ୍ତାମଣି ମହାଲିକ ଏବଂ ସୂର୍ଯ୍ୟମଣି ଜେନାଙ୍କ ସପକ୍ଷରେ ଭୋଟ ନିବେଦନ କରିଛନ୍ତି। ଏହି ଅବସରରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାମ ନାରାୟଣ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ବିଭୁଦତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଏହା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ନିର୍ବାଚନମଣ୍ଡଳୀର ଜୋନ-୧ ରେ ଦଳୀୟ ପ୍ରାର୍ଥିନୀ ସୁନିତା ନାଥ ଏବଂ ଓରପଡା ଜୋନ-୧ ରେ ଦଳୀୟ ର୍ପାର୍ଥିନୀ ବବିଲତା ବେହେରାଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ଏହି ଅବସରରେ ପୁର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ମନରେଗା ଯୋଜନାରେ ବ୍ୟାପକ ମାତ୍ରାରେ ଅର୍ଥ ଦିଆଗଲା, କିନ୍ତୁ ମଣିଷ ବଦଳରେ ମେସିନ ଦ୍ୱାରା କାମ କରାଇ ଶାସକ ବିଜେଡିର ମନ୍ତ୍ରୀ, ନେତାମାନେ ନରେଗା ଅର୍ଥରେ କୋଟିପତି ସାଜିଲେ। ବିଶେଷ ଭାବେ କରୋନା ସଂକଟ ସମୟରେ ଏହି ପରିମାଣ ଯଥେଷ୍ଟ ଅଧିକ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟପାକ ଦୁର୍ନୀତି କାରଣରୁ ବାସହୀନ ଓ ପ୍ରକୃତ ଗରୀବ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହୋଇଛି। ପିସି ପରିମାଣ ୩୦ ରୁ ୪୦କୁ ବୃଦ୍ଧି ପାଇଛି। ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରରୋଚନାରେ ଦୁର୍ନିିତୀର ଗନ୍ତାଘଘର ସାଜିଛି ଓଡିଶା। ସାଧାରଣ ଗରୀବ ଲୋକଟି ନିଜ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଥିବାବେଳେ ଶାସକ ଦଳର ନେତା ଓ ମନ୍ତ୍ରୀମାନେ କୋଟିପତି ହେଉଛନ୍ତି। ଦୀର୍ଘ ୨୨ ବର୍ଷ ଧରି ନିରୁଙ୍କଶ ଭାବେ ରାଜ୍ୟ ଶାସନ କ୍ଷମତାରେ ଥିବା ଶାସକ ବିଜେଡି, ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ କପି କରି ନିଜ ନାମରେ ବ୍ରାଣ୍ଡିଂ କରିବା ବ୍ୟତୀତ ଆଉ କିଛି କରିନାହାନ୍ତି। କେନ୍ଦ୍ର ସରକାରଙ୍କୁ ସଠିକ ହିତାଧିକାରୀ ତାଲିକା ନପଠାଇ ପିଏମ କିଷାନ ଯୋଜନାର ସୁଲାଭରୁ ଚାଷୀ ଭାଇଭଉଣୀମାନଙ୍କୁ ବଂଚିତ କରିଛନ୍ତି। ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନମଣ୍ଡି ବ୍ୟବସ୍ଥା କାରଣରୁ ଚାଷୀକୁଳ ଆଜି ତାର କଷ୍ଟ ଉପାର୍ଜିତ ଶସ୍ୟକୁ ସଠିକ ମୂଲ୍ୟରେ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ରାଜ୍ୟରେ ରାଜନୈତିକ ପରିବର୍ତନର ହାୱାକୁ ଉପଲବ୍ଧ କରି ଶାସକ ବିଜେଡି ବର୍ତମାନ ସରକାରୀ କଳ, ବଳ ଓ ଅର୍ଥର ଅପବ୍ୟବହାର କରିବା ସହିତ ବିରୋଧୀମାନଙ୍କୁ ପୋଲିସ ଓ ପ୍ରଶାସନ ସହାୟତାରେ ଭୟଭୀତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି। ଅନ୍ୟ ପଟେ ଦୁର୍ନୀତିମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଜରିଆରେ ଲୋକଙ୍କୁ ସେବା ଏବଂ ସୁଶାସନ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ରାଜ୍ୟ ସଭାପତି ଆସନ୍ତା କାଲି ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories