www.samajalive.in
Sunday, December 7, 2025
26.1 C
Bhubaneswar

ରାତି ପାହିଲେ ମତଦାନ : ଗୋଆ, ଉତ୍ତରାଖଣ୍ଡ ଓ ୟୁପି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ

ଗୋଆ ଓ ଉତ୍ତରାଖଣ୍ଡ ବିଧାନସଭା ପାଇଁ ଏକକ ପର୍ଯ୍ୟାୟ ଏବଂ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‍ ଗ୍ରହଣ କରାଯିବ । ଗୋଆ ଓ ଉତ୍ତରାଖଣ୍ଡରେ ସକାଳ ୮ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ୍‍ ଗ୍ରହଣ ପାଇଁ ସମୟ ରଖାଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର ପ୍ରଦେଶର ୫୫ଟି ବିଧାନସଭା ଆସନ ପାଇଁ ୬୯ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୫୮୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୯୪ ଲକ୍ଷ ମହିଳା, ୧ କୋଟି ୮ଲକ୍ଷ ପୁରୁଷ ଓ ୧୨ ଶହ ୯୬ କିନ୍ନର ଭୋଟଦାତାଙ୍କ ସମେତ ମୋଟ ୨ କୋଟି ୨ ଲକ୍ଷ ଭୋଟ୍‍ ଦାତା ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ରାଜ୍ୟରେ ମୋଟ୍‍ ୨୩ ହଜାର ୪୦୪ଟି ଭୋଟ୍‍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି ।
ସେହିପରି ଗୋଆର ୪୦ଟି ବିଧାନସଭା ଆସନ ପାଇଁ ୨୬ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୦୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଅନୁସୂଚିତ ଜାତିପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି । ଗୋଆର ୫ ଲକ୍ଷ ୬୬ ହଜାର ୨୪୧ ପୁରୁଷ, ୫ ଲକ୍ଷ ୯୭ ହଜାର ୯୭୪ ମହିଳା ଓ ୯ ଜଣ କିନ୍ନର ଭୋଟ୍‍ଦାତାଙ୍କ ସମେତ ମୋଟ୍‍ ୧୧ ଲକ୍ଷ ୬୪ ହଜାର ୨୨୪ ଜଣ
ଭୋଟ୍‍ଦାତା ୧ ହଜାର ୭୨୨ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ୭୦ଟି ବିଧାନସଭା ଆସନ ପାଇଁ ୬୩ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୬୩୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୧୩ଟି ଆସନ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଥିଲାବେଳେ ୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଉତ୍ତରାଖଣ୍ଡରେ ୪୨ ଲକ୍ଷ ୩୮ ହଜାର ୮୦୯ ଜଣ ପୁରୁଷ, ୩୯ ଲକ୍ଷ ୩୨ ହଜାର ୯୯୫ ଜଣ ମହିଳା ଓ ୨୮୮ ଜଣ କିନ୍ନର ଭୋଟ୍‍ଦାତାଙ୍କ ସମେତ ୮୧ ଲକ୍ଷ ୭୨ ହଜାର ୧୭୩ ଜଣ ଭୋଟ୍‍ଦାତା ୧୧ ହଜାର ୬୪୭ଟି ବୁଥରେ ଭୋଟ୍‍ ଦେବେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories