www.samajalive.in
Sunday, December 7, 2025
26.1 C
Bhubaneswar

ପାଇଲଟ୍‍ଙ୍କ ଅବହେଳାରୁ ବିମାନ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ

ମୁମ୍ବଇ: ବିମାନ ଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନରେ ବାୟୁ ଚାପ କମ୍‍ ହୋଇଯିବା କାରଣରୁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଛି। ଏହି ଘଟଣା ପରେ ବିମାନକୁ ପୁଣି ଫେରାଇ ଅଣାଯାଇଛି।
ଜେଟ୍‍ ଏୟାରୱେଜ୍‍ର ବୋଇଂ ୭୩୭ ବିମାନଟି ୧୬୬ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଜୟପୁର ଅଭିମୁଖେ ବାହାରିଥିଲା। କିନ୍ତୁ ପାଇଲଟ୍‍ ବିମାନର ଚାପ ନିୟନ୍ତ୍ରଣ ପ୍ରକ୍ରିୟାକୁ ସକ୍ରିୟ କରିବାକୁ ଭୁଲି ଯାଇଥିଲେ। ବିମାନଟି କିଛି ବାଟ ଉଡ଼ିବା ପରେ ହଠାତ୍‍ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରାୟ ୩୦ ଜଣ ଯାତ୍ରୀଙ୍କ ନାକରୁ ଓ ଆଉ କେତେଜଣଙ୍କ କାନରୁ ରକ୍ତସ୍ରାବ ହୋଇଥିଲା। କିଛି ଯାତ୍ରୀ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ କରିଛନ୍ତି। ଯାତ୍ରୀଙ୍କୁ ବିମାନ ଭିତରେ ଅକ୍ସଜେନ୍‍ ମାସ୍କ ଦିଆଯାଇଥିଲା। ଏହାପରେ ବିମାନକୁ ମୁମ୍ବଇ ଫେରାଇ ଅଣାଯାଇଥିଲା। ଗୁରୁତର ଅବସ୍ଥାରେ ୮ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଡିଜିସିଏର ଯୁଗ୍ମ ମହାନିର୍ଦେଶକ ଲଲିତ ଗୁପ୍ତା କହିବା ଅନୁଯାୟୀ ବିମାନ ବନ୍ଦରରେ ବିମାନ ଓହ୍ଲାଇବା ପରେ ସେଠାରେ ଉପସ୍ଥିତ ଡାକ୍ତର ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କର ଚିକିତ୍ସା କରିଥିଲେ। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ପାଇଲଟ୍‍ ଓ ବିମାନ କର୍ମଚାରୀଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦିଆଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories