www.samajalive.in
Thursday, December 11, 2025
16.1 C
Bhubaneswar

ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ସରପଞ୍ଚ ପଦ ପାଇଁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ପ୍ରଚାର କରୁଛନ୍ତି: ବିଜେପି

ଭୂବନେଶ୍ୱର: ରାଜ୍ୟ ପଞ୍ଚାୟତ ନିର୍ବାଚନ ଆଇନ ଅନୁଯାୟୀ ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ସରପଂଚ ପ୍ରାର୍ଥୀତ୍ୱ ଅଣରାଜନୈତିକ ହେବା ଉଚିତ୍ ଏବଂ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରତିନିଧିତ୍ୱ ହୋଇପାରିବେ ନାହିଁ । ମାତ୍ର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ସରପଞ୍ଚ ପଦ ପାଇଁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ପ୍ରାର୍ଥଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା ଗ୍ରାମାଞ୍ଚଳ ବିକାଶ ପାଇଁ ଗଠନ ହୋଇଥିବା ପଞ୍ଚାୟତରାଜ ବ୍ୟବସ୍ଥା ପ୍ରତି ବଡ ବିପଦ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ  ଅରୁଣ ସାହୁ ଗତ ୯ ତାରିଖ ଦିନ ଅପରାହ୍ନରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡପଣ୍ଡସୁଆର ଗ୍ରାମ ପଞ୍ଚାୟତର ସୁନାଲତି ଗ୍ରାମରେ ଦଳୀୟ ଆଧାରରେ ସମିତି ସଭ୍ୟ ପ୍ରାର୍ଥିନୀ ଗିତାଞ୍ଜଳୀ ଦାସ ଏବଂ ସରପଞ୍ଚ ପ୍ରାର୍ଥିନୀ ବନ୍ଦିତା ନାୟକଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଥିଲେ । ମନ୍ତ୍ରୀ ପଦରେ ରହି ଶ୍ରୀ ସାହୁ ନିଜ ନିର୍ବାଚନମଣ୍ଡଳୀରେ ଭୋଟ ପ୍ରଚାର କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ କାର୍ଯ୍ୟ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ମନ୍ତ୍ରୀଙ୍କ ଏଭଳି ଅସାମ୍ବିଧାନିକ କାର୍ଯ୍ୟର ସମସ୍ତ ତଥ୍ୟ ଓ ପ୍ରମାଣ ଏକ ସିଡି ଜରିଆରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇ ତାଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଞ୍ଚାୟତ ଏବଂ ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଲିଗାଲସେଲ୍ର ରବି ଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories