www.samajalive.in
Friday, December 12, 2025
19.1 C
Bhubaneswar

ବଜାରକୁ ଆସିଲା ଆମୱେ ଇଣ୍ଡିଆର ଜେଲି ଷ୍ଟ୍ରିପ ଫର୍ମାଟରେ ନୂଆ ବର୍ଗର ସପ୍ଲିମେଣ୍ଟ

ଭୁବନେଶ୍ୱର: ନିରନ୍ତର ଉତ୍ପାଦ କ୍ଷେତ୍ରରେ ନବୋନ୍ମେଷ ଜରିଆରେ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ କ୍ଷେତ୍ରରେ ନିଜର ନେତୃତ୍ୱ ସ୍ଥିତି ସୁଦୃଢିକରଣ କରିବା ପ୍ରୟାସ ଜାରି ରଖି ଦେଶର ଅନ୍ୟତମ ଅଗ୍ରଣୀ ଏଫଏମ୍‍ସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମ୍‍ୱେ ଇଣ୍ଡିଆ ପ୍ରଥମ ଥର ପାଇଁ ସ୍ୱାଦଯୁକ୍ତ ପାଟିରେ ମିଳେଇ ଯାଉଥିବା ଜେଲି ଷ୍ଟ୍ରିପ୍‍ ଭଳି ପୋଷଣ ପରିପୂରକ ବର୍ଗ ପ୍ରଚଳନ କରିଛି। ଏହି ବର୍ଗ ସାମଗ୍ରିକ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧ, ଅସ୍ଥିର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ସଶକ୍ତ ହୋଇଛି। ଆଧୁନିକ ଜୀବନଶୈଳୀକୁ, ବିଶେଷକରି ବ୍ୟସ୍ତବହୁଳ ସହସ୍ରାବ୍ଦର ଯୁବପିଢିଙ୍କୁ ସୁହାଇବା ଭଳି ଡିଜାଇନ କରାଯାଇଥିବା ଯାତ୍ରା କାଳରେ ବ୍ୟବହାରକ୍ଷମ ପୋଷଣ ପରିପୂରକଗୁଡିକ ଆମୱେର ପୋଷର ବର୍ଗକୁ ଅଧିକ ସୁଦୃଢ କରିବ।

ସାଂପ୍ରତିକ ସମୟରେ ସହସ୍ରାବ୍ଦର ନାଗରିକମାନଙ୍କର ବ୍ୟସ୍ତବହୁଳତାକୁ ହୃଦବୋଧ କରି ଆମୱେ ସେମାନଙ୍କର ପ୍ରତିଦିନର ପୋଷଣ ଆବଶ୍ୟକତା ପୂରଣ କରିବା ନିମନ୍ତେ ଯାତ୍ରାକାଳୀନ ପୋଷଣ ପରିପୂରକ ପ୍ରସ୍ତୁତ କରିଛି। ସଂପ୍ରତି ଏହି ବର୍ଗରେ ତିନିଟି ଉତ୍ପାଦ ଉପଲବ୍ଧ ହେଉଛି, ସିଜ୍‍ ଦ ଡେ, ଯାହା ଷ୍ଟ୍ରବେରୀ ସ୍ୱାଦଯୁକ୍ତ ଗମିଜ୍‍ ଏବଂ ଏଥିରେ ଭିଟାମିନ ଓ ମିନେରାଲ ରହିଛି, ଏହା ସାମଗ୍ରିକ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ ପାଇଁ ସହାୟକ ହୋଇପାରିବ। ତାହାସହିତ ଏହି ବର୍ଗରେ ରହିଛି ଡି-ଫେନ୍ସ, ଏହା ପାଟିରେ ମିଳେଇ ଯାଉଥିବା ଜେଲି ଷ୍ଟ୍ରିପ୍‍ ଯେଉଁଥିରେ ଭିଟାମିନ ଡି୩ ରହିଛି ଏବଂ ଏହା ଅସ୍ଥିର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧ ପାଇଁ ସହାୟକ ହେଉଛି। ତାହାସହିତ ଏହି ବର୍ଗର ତୃତୀୟ ଉତ୍ପାଦ ହେଉଛି ଆଇ କ୍ୟାଣ୍ଡି ଗମିଜ୍‍, ଯେଉଁଥିରେ ଲୁଟିନ ଏବଂ ଜିସାନଥିନ୍‍ ରହିଛି ଏବଂ ଏହା ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ସହାୟକ ହେଉଛି।

- Advertisement -

ଏହାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ନ୍ୟୁଟ୍ରିଲାଇଟ ଅଧୀନରେ ଏହି ନୂଆ ବର୍ଗର ବଜାର ପ୍ରବେଶ ବ୍ରାଣ୍ଡ୍‍ର ବିବର୍ତ୍ତନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ହୋଇଛି। ଆମର ପୋଷଣଗତ ଆବଶ୍ୟକତା ପୂରଣ ନିମନ୍ତେ ଡିଜାଇନ କରାଯାଇଥିବା ଏହି ମଜାଦାର ଏବଂ ସୁବିଧାଜନକ ପୋଷଣ ପ୍ରକାରକୁ ନେଇ ଏକ ସୁସ୍ଥ ଜୀବନ ଧାରା ବଜାୟ ରଖିବା ସକାଶେ ପରିପୂରକ (ସପ୍ଲିମେଣ୍ଟ)ର ବ୍ୟବହାରକୁ ବହୁଳ ପ୍ରଚାର ପ୍ରସାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

ଏହି ବର୍ଗର ବଜାର ପ୍ରବେଶ ସମ୍ପର୍କରେ ମତଦେଇ ଆମୱେ ଇଣ୍ଡିଆ ସିଏମ୍‍ଓ ଶ୍ରୀ ଅଜୟ ଖାନ୍ନା କହିଛନ୍ତି, “ଏହି ସମ୍ପୂର୍ଣ୍ଣ ନୂତନ ପ୍ରକାରରେ ଆମର ଅଧୁନାତମ ପରିପୂରକ (ସପ୍ଲିମେଣ୍ଟ) ଉତ୍ପାଦଗୁଡିକ ନୂଆ ପିଢିର ଗ୍ରାହକଙ୍କ ପୋଷଣ ଆବଶ୍ୟକତା ପ୍ରତି ଧ୍ୟାନଦେବା ସକାଶେ ଆମର ଛାମୁଆ ବ୍ରାଣ୍ଡ୍‍ ‘ନ୍ୟୁଟ୍ରିଲାଇଟ’ ଦ୍ୱାରା ସଶକ୍ତ ଆମୱେର କୁଲ୍‍, ଟ୍ରେଣ୍ଡି ଏବଂ ସରଳିକୃତ ପୋଷଣ ଭାବରେ ବିବେଚିତ ହେଉଛି। ରିପୋର୍ଟ ଅନୁଯାୟୀ ସ୍ୱାଦିଷ୍ଟ ପ୍ରକାର ଅଭାବରୁ ୪୮% ଗ୍ରାହକ ପରିପୂରକ (ସପ୍ଲିମେଣ୍ଟ) ଆହରଣ କରିନଥାନ୍ତି ଏବଂ ବିଶାଳ ୭୩% ଜନତା ଗମିଜ୍‍କୁ ଏକ ଉପଯୁକ୍ତ ପ୍ରକାର ଭାବରେ ବିବେଚନା କରିବାକୁ ନିଜ ମାନସିକତା ଉନ୍ମୁକ୍ତ ରଖିଛନ୍ତି।

ସିଜ୍‍ ଦ ଡେ ମଲ୍‍ଟି ଭିଟାମିନ ଏବଂ ମିନେରାଲ ଗମିଜ୍‍, ଡି-ଫେନ୍ସ ଭିଟାମିନ ଡି୩ ଜେଲି ଷ୍ଟ୍ରିପ୍‍ ଏବଂ ଆଇ କ୍ୟାଣ୍ଡି ଲୁଟିନ ଓ ଜିସାନଥିନ ଗମିଜ୍‍ ୬୦ ଗମିଜ୍‍ ଅଥବା ଜେଲି ଷ୍ଟ୍ରିପ୍‍ ଥିବା ପ୍ୟାକ୍‍ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ଯଥାକ୍ରମେ ୭୯୯ ଟଙ୍କା, ୬୩୦ ଟଙ୍କା ଏବଂ ୬୨୯ ଟଙ୍କା ରଖାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories