www.samajalive.in
Sunday, December 14, 2025
23.1 C
Bhubaneswar

ବିବାହ ବନ୍ଧନରେ ବାନ୍ଧିହେଲେ ପୁୁରୀ ଗଜପତିଙ୍କ କନିଷ୍ଠା କନ୍ୟା ଦେବେଶୀ

 

ଭୁବନେଶ୍ୱର: ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କର ସାନ ଝଅ ବା ରାଜକୁମାରୀ ଦେବେଶୀଙ୍କ ବିବାହ ଅନୁଷ୍ଠିତ । ରାଜଧାନୀର ଏକ ତାରକା ହୋଟେଲ୍‌ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ବର୍ଦ୍ଧମାନର ରାଜକୁମାର ଆଦିତ୍ୟଙ୍କ ସହ ଦେବେଶୀ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଏମାନଙ୍କର ବିବାହ ଅନୁଷ୍ଠିତ ହେଉଛି । ଦେବେଶୀ ଗଜପତିଙ୍କର ଚତୁର୍ଥା ତଥା କନିଷ୍ଠା କନ୍ୟା । ଆଦିତ୍ୟ କେହେର ଏବେ ଗୁରୁଗ୍ରାମରେ ରହୁଛନ୍ତି ।

- Advertisement -

ବିବାହ ପୂର୍ବରୁ ପାଟମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି । । ରାତିରେ ଦେବେଶୀ ଓ ଆଦିତ୍ୟ ବିବାହ ଅବସରରେ ପୁରୀ ସ୍ଥିତ ଶ୍ରୀନହରରେ ମହାପ୍ରସାଦ ସେବନ ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ଅନୁସାରେ ରାଜଧାନୀରେ ତାରକା ହୋଟେଲ୍‌ରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ରାଜ୍ୟର ତଥା ଦେଶର ବିଭିନ୍ନ ରାଜପରିବାର ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ଗଜପତି ଦିବ୍ୟସିଂହଙ୍କ ସହ ମହାରାଣୀ ଏବଂ ରାଜ ପରିବାରର ଅନ୍ୟାନ୍ୟ ସଦସ୍ୟ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଛନ୍ତି ।

ରାଜକୀୟ ପରମ୍ପରା ଅନୁସାରେ ଏହି ବିବାହ କାର୍ଯ୍ୟ କରାଯାଇଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories